Below header

ଗୁରୁ ଦିବସ ପୂର୍ବରୁ ଗୁରୁଙ୍କୁ ଦିଆଯିବ କୋଭିଡ ଟିକା, ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ):  ଗୁରୁ ଦିବସ ପୂର୍ବରୁ ଗୁରୁଙ୍କୁ ଦିଆଯିବ କୋଭିଡ ଟିକା । ଏନେଇ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଅଗ୍ରାଧିକାର ଭିତ୍ତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଟିକା ଦିଆଯିବ । ଏଥିପାଇଁ ଚଳିତ ମାସ ସବୁ ରାଜ୍ୟକୁ ଅତିରିକ୍ତ ଭାବରେ ୨ କୋଟିରୁ ଅଧିକ ଡୋଜ୍‌ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର । ଏବେ ରାଜ୍ୟକୁ ମିଳୁଥିବା କୋଟାରେ ଅତିରିକ୍ତ ଭାବରେ ଏହି ଡୋଜ୍‌ ଯୋଗାଇ ଦିଆଯିବ। ସେପ୍ଟେମ୍ବର ୫ରେ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ଉଦ୍ୟମ କରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକମାନଙ୍କୁ ଟିକାକରଣ ପାଇଁ ରାଜ୍ୟଗୁଡିକୁ ଅତିରିକ୍ତ ୨କୋଟି ଡୋଜ୍‌ ଟିକା ଯୋଗାଇ ଦିଆଯାଉଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭବିଷ୍ୟତର ମୂଳଦୁଆ ସୁଦୃଢ଼ କରିବାରେ ଏହି ଅଭିଯାନରେ ସବୁ ରାଜ୍ୟକୁ ସହଯୋଗ କରିବାକୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.