ପୁଅର ଖୁସି ପାଇଁ ଅଭିନେତା ପ୍ରକାଶ ରାଜ ସ୍ତ୍ରୀ ପୋନୀ ବର୍ମାଙ୍କୁ ପୁଣିଥରେ କଲେ ବିବାହ, ଲିପ୍‌ କିସ୍‌ କରୁଥିବାର ଫଟୋ କଲେ ସେୟାର

ଅଭିନେତା ପ୍ରକାଶ ରାଜ ୨୪ ଅଗଷ୍ଟରେ ନିଜର ୧୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ତାଙ୍କର ଏହି ବିବାହ ବାର୍ଷିକୀ ବହୁତ ଖାସ୍‌ ରହିଥିଲା। ସେ ନିଜ ସ୍ତ୍ରୀ ପୋନୀ ବର୍ମାଙ୍କୁ ଆଉଥରେ ବିବାହ କରିଥିଲେ ଏବଂ ଏମିତି ସେ ନିଜ ପୁଅ ବେଦାନ୍ତଙ୍କ ପାଇଁ କରିଥିଲେ। ତାଙ୍କ ପୁଅ ବେଦାନ୍ତ ନିଜ ପ୍ୟାରେଣ୍ଟସ୍‌ଙ୍କ ବିବାହ ଦେଖିବାକୁ ଚାହୁଁଥିଲା। ପ୍ରକାଶ ସୋସିଆଲ ମିଡିଆରେ ଏହି ଖୁସି ମୁହୂର୍ତ୍ତର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

ଗୋଟିଏ ଫଟୋରେ ପ୍ରକାଶ ସ୍ତ୍ରୀଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ବସି ତାଙ୍କୁ ମୁଦି ପିନ୍ଧାଉଥିବାର ଦେଖାଯାଉଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ଲିପ୍‌ କିସ୍‌ କରୁଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆଜି ରାତିରେ ଆମେ ଦୁଇଜଣ ପୁଣିଥରେ ବିବାହ କରିନେଲୁ। କାହିଁକିନା, ଆମ ପୁଅ ଆମ ବିବାହ ଦେଖିବାକୁ ଚାହୁଁଥିଲା। ଫ୍ୟାମିଲି ମୁହୂର୍ତ୍ତ’।

ପୁଅ ବେଦାନ୍ତଙ୍କ ସହ ଏହି ସେଲିବ୍ରେଶନରେ ପ୍ରକାଶଙ୍କ ଦୁଇ ଝିଅ ମେଘନା ଓ ପୂଜା ମଧ୍ୟ ସାମିଲ ହୋଇଥିଲେ। ଏହି ଦୁଇ ଝିଅ ପ୍ରକାଶଙ୍କ ପ୍ରଥମ ସ୍ତ୍ରୀ ଲଲିଥା କୁମାରୀଙ୍କଠାରୁ ହୋଇଛନ୍ତି। ପ୍ରକାଶ ଓ ଲଲିଥା ୨୦୦୯ରୁ ଅଲଗା ହୋଇଯାଇଥିଲେ।

ସେଲିବ୍ରେଶନ ପୂର୍ବରୁ ପ୍ରକାଶ ସ୍ତ୍ରୀଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ସେ ଫଟୋ ସେୟାର କରି ଲେଖିଥିଲେ, ‘ଏହା ବହୁତ ଭଲ ନିଷ୍ପତ୍ତି ଥିଲା ଦୁଇ ଅପରିଚିତଙ୍କ ପାଇଁ। ଧନ୍ୟବାଦ ମୋର ଅତି ସୁନ୍ଦର ସ୍ତ୍ରୀ…ଜଣେ ଭଲ ସାଙ୍ଗ ହେବା ପାଇଁ, ଲଭର ହେବା ପାଇଁ ଏବଂ ଆମ ଜୀବନରେ ଭଲ ଟ୍ରାଭେଲର ହେବା ପାଇଁ’।

Leave A Reply

Your email address will not be published.