Below header

ଏଣିକି ପ୍ରଥମ ଥର ପାଇଁ ଟ୍ରାଫିକ ନିୟମ ଉଲଂଘନ କଲେ ୧୦୦ % ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

କେନ୍ୟୁଜ୍(ବ୍ୟୁରୋ): ଏଣିକି ପ୍ରଥମ ଥର ପାଇଁ ଟ୍ରାଫିକ ନିୟମ ଖିଲାପ କଲେ ନିସ୍ତାର ନାହିଁ। ସିଧା ଲାଇସେନ୍ସ ରଦ୍ଦ କରିବ ଆରିଟିଓ। । ଆରଟିଓର ୮ ଟି ନିୟମ ଉଲଂଘନ କଲେ  ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

 

 ନଜର ପକାନ୍ତୁ କେଉଁ କେଉଁ ନିୟମ ଉଲଂଘନ କଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ

 

୧- ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ

୨- ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ

୩-ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ

୪-ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ,

୫-ଅଧିକ ମାଲ୍ ପରିବହନ କଲେ

୬-ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ

୭-ଭୁଲ୍ ଦିଗରୁ ଗାଡି ଚଳାଇଲେ

୮- ରେଡ ଲାଇଟ ଉଲଂଘନ ଓ ରଙ୍ଗରୁଟରେ ଗାଡି ଚଳାଇଲେ

 

ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.