ଘରେ ବସି ଏକାଠି ରାତ୍ରି ଭୋଜନ କରୁଥିଲେ ପରିବାର, ଠିକ୍‌ ଏତିକି ବେଳେ ଛୁଆ ଉପରେ ଖସି ପଡ଼ିଲା ପଙ୍ଖା; ଖୁବ୍‌ ଭାଇରାଲ ହେଉଛି ଏହି ଭିଡିଓ

ସାଧାରଣତଃ ଲୋକେ ଦ୍ୱିପ୍ରହର ଏବଂ ରାତ୍ରି ଭୋଜନ ପରିବାର ସହ ବସି ଏକାଠି କରିଥାଆନ୍ତି। ଏହା ଏକ ଖୁସିର ମାହୋଲ ସୃଷ୍ଟି କରିଥାଏ। ଯେଉଁ ଲୋକ ଘରଠୁ ଦୂରରେ ବି ରୁହନ୍ତି, ସେମାନେ ମଧ୍ୟ ଖାଦ୍ୟ ଖାଇବା ସମୟରେ ନିଜ ପରିବାର ଲୋକଙ୍କୁ ମନେ ପକାଇ ଥାଆନ୍ତି। ହେଲେ ଟିକେ ଭାବନ୍ତୁ ତ, ଏକ ଭଲ ମାହୋଲ ଯଦି ଭୟଙ୍କର ଦୁର୍ଘଟଣାରେ ପରିବର୍ତ୍ତନ ହୋଇଯାଏ, ତ କ’ଣ ହେବ? ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲହୋଗ୍‌ ୟୁଟ୍ୟୁବ୍‌ରେ ଏହି ଭିଡିଓକୁ ଅପଲୋଡ୍‌ କରିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓ ଦେଖି ଆପଣ ଡରିଯିବେ ନିଶ୍ଚୟ। କାରଣ, ଏଥିରେ ଆପଣ ଦେଖିପାରିବେ କି, ୬ ସଦସ୍ୟ ବିଶିଷ୍ଟ ଏକ ପରିବାର ଚଟାଣ ଉପରେ ବସି ପରସ୍ପର ସହ କଥା ହୋଇ ରାତ୍ରି ଭୋଜନ କରୁଥିଲେ। ହଠାତ୍‌ ଏହି ସମୟରେ ତଳେ ବସିଥିବା ଛୋଟ ପୁଅ ଏକ ଶବ୍ଦ ଶୁଣିବାକୁ ପାଇଥିଲା ଏବଂ ସେ ଚାରିଆଡ଼କୁ ବୁଲିକି ଚାହିଁଥିଲା। ଏହାର ହିଁ ମାତ୍ର କିଛି ସେକେଣ୍ଡ ପରେ ଉପରୁ ସିଲିଂ ଫ୍ୟାନ ଖସି ପଡ଼ିଥିଲା। ଫ୍ୟାନଟି ପିଲା ଏବଂ ତା’ ପାର୍ଶ୍ୱରେ ବସିଥିବା ଦୁଇ ବ୍ୟକ୍ତିଙ୍କ କୋଳରେ ପଡ଼ିଥିଲା।

ସିଲିଂ ଫ୍ୟାନ ଖସି ପଡ଼ିବାର ଦେଖି ମା’ ତତ୍‌କ୍ଷଣାତ ନିଜ ଜାଗାକୁ ଉଠି ଛୋଟ ପୁଅକୁ ଯାଇ କୋଳେଇ ନେଉଥିବା ଭିଡିଓରେ ଦେଖିବାକୁ ମିଳିପାରିବ। ସେହିପରି ବାକି ଲୋକ ମଧ୍ୟ କିଛି ସେକେଣ୍ଡ ପାଇଁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓର କ୍ୟାପସନ ଲେଖାଯାଇଛି କି, ‘ପୂରା ପରିବାର ଭୋଜନ କରୁଥିଲୁ, ସେତିକି ବେଳେ ପଙ୍ଖା ଆମ ମଝିରେ ଖସି ପଡ଼ିଥିଲା। ଯଦିଓ ଏଥିରେ କାହାକୁ କିଛି ଆଘାତ ଲାଗିନି’। ଭିଡିଓଟି ୮ ଜୁଲାଇ, ୨୦୨୧ରେ ଭିଏତ୍‌ନାମର ବେକ ନିହ୍ନରେ ନିଆଯାଇଥିଲା। ଏବେ ଏହା ଭାଇରାଲ ହେବା ପରେ ଲୋକେ ସେହି ପରିବାର ପାଇଁ ପ୍ରାର୍ଥନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ବାସ୍ତବରେ ଏହା ଚମତ୍କାର’।

video courtesy: ViralHog

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.