Below header

ବର୍ଷାର ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ କିଛି ଚଟପଟା, ଏପରି ପ୍ରସ୍ତୁତ କରନ୍ତୁ ଏଗ୍‌ ପକୋଡା

ଅଣ୍ଡା ହେଉଛି ପ୍ରୋଟୀନର ବହୁତ ଭଲ ସ୍ରୋତ। ଏହାକୁ ଆପଣ ଖାଲି ସିଝା ନୁହେଁ ବରଂ ଅଣ୍ଡା ଚପ୍‌ କିମ୍ବା ପକୋଡା କରି ଖାଇପାରିବେ। ଆଜି ଆମେ ଆପଣଙ୍କୁ ଏଗ୍‌ ପକୋଡା ରେସିପି ଜଣାଇବୁ। ଯାହାକୁ ଆପଣ ଅତି ସହଜରେ ବହୁତ କମ୍‌ ସମୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ ଅଣ୍ଡା (ସିଝା)
  • ୨ଟି ପିଆଜ (ଭଜା ହୋଇଥିବା)
  • ଗୋଟେ ଚାମଚ ଅଦା-ରସୁଣ ପେଷ୍ଟ
  • ୧ ଚାମଚ କାଜୁ-ବାଦାମ୍‌ ପେଷ୍ଟ
  • ୧/୪ ଚାମଚ ହଳଦି ପାଉଡର
  • ଅଧା ଚାମଚ ଲାଲ ଲଙ୍କା ପାଉଡର
  • ଅଧା ଚାମଚ ଧନିଆ ପାଉଡର
  • ଲୁଣ ଏବଂ ଚାଟ ମସଲା ସ୍ୱାଦାନୁସାରେ
  • ଧନିଆ ପତ୍ର (କଟା ହୋଇଥିବା)
  • ଅଧା କପ୍‌ ବେସନ
  • ତେଲ (ଛାଣିବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

  1. ଅଣ୍ଡା ପକୋଡା ବନାଇବା ପାଇଁ ପ୍ରଥମେ ଆପଣ ଏହାର ମସଲା ପ୍ରସ୍ତୁତ କରନ୍ତୁ। ଷ୍ଟଫିଙ୍ଗ ବନାଇବା ପାଇଁ ଗୋଟେ ପାତ୍ର ନିଅନ୍ତୁ ସେଥିରେ ଭଜା ପିଆଜ, କାଜୁ – ବାଦାମ ପେଷ୍ଟ, ଲୁଣ ଏବଂ ସମସ୍ତ ମସଲା ପାଉଡରକୁ ମିଶାନ୍ତୁ।
  2. ଏକ ପ୍ୟାନରେ ୧ ଚାମଚ ତେଲ ଗରମ କରି ଉପରୋକ୍ତ ମସଲା ପକାଇ ଫ୍ରାଏ କରନ୍ତୁ ଏବଂ ଆଞ୍ଚରୁ ପ୍ୟାନକୁ ଓହ୍ଲାଇ ଦିଅନ୍ତୁ।
  3. ଅନ୍ୟ ଏକ ପାତ୍ର ନେଇ ସେଥିରେ ବେସନ, ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।
  4. ଏବେ ସିଝା ଅଣ୍ଡାକୁ ମଝିରୁ କାଟି ତାର ହଳଦିଆ ଭାଗକୁ କାଢ଼ି ସେଥିରେ ପ୍ରସ୍ତୁତ କରି ରଖିଥିବା ମସଲାକୁ ଭର୍ତ୍ତି କରିଦିଅନ୍ତୁ।
  5. ଏବେ ବେସନକୁ ଘୋଳରେ ବୁଡାଇ ଗରମ ତେଲରେ ଫ୍ରାଏ କରନ୍ତୁ। ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  6. ଏବେ ଆପଣଙ୍କର ଅଣ୍ଡା ପକୋଡା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଚଟଣୀ ଏବଂ ପିଆଜ ସହିତ ଖାଇବେ ମଜା ଆସିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.