Below header

ଖୁବଶୀଘ୍ର ବିଦ୍ୟା ଭାରତୀ ହେବେ ଜେରା, କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ମିଶନ କପ୍ତିପଦା

କେନ୍ୟୁଜ୍(ବ୍ୟୁରୋ):  ପାରଳାଖେମୁଣ୍ଡିରୁ ଖିଅ ପାଇଛି କ୍ରାଇମବ୍ରାଞ୍ଚ । କପ୍ତିପଦାରୁ ଅଧିକ ତଥ୍ୟ ଜୁଟାଇବ । ବିଦ୍ୟା ବଖାଣିବେ ସତ । ତାଙ୍କୁ ଜେରା ପାଇଁ ପ୍ରଶ୍ନବାଣ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ଘଟଣା ପଛର ରହସ୍ୟ ଭେଦିବାକୁ ମାରାଥନ ଜେରାର ସାମନା କରିବେ ବିଦ୍ୟା । ସୌମ୍ୟ ପୋଡ଼ି ହେଲେ କେମିତି ? ତାଙ୍କ ମୁହଁରୁ କ୍ରାଇମବ୍ରାଞ୍ଚ ସତ ଉଗାରିବ ତଦନ୍ତକାରୀ ଟିମ୍‌ । ପାରଳାଖେମୁଣ୍ଡିରେ ଗୋଟିଏ ରାଉଣ୍ଡ ଜେରା ସରିବା ପରେ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ମିଶନ କପ୍ତିପଦା । ଖୁବଶୀଘ୍ର ସେଠାକୁ ଟିମ୍‌ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ବିଦ୍ୟା ଓ ତାଙ୍କ ପରିବାରକୁ ପଚରାଉଚରା ସହ ବୟାନ ରେକର୍ଡ ହେବ । ଅନେକ ପ୍ରଶ୍ନ ଏବେବି ଅସମାହିତ । ଦାମ୍ପତ୍ୟ ସମ୍ପର୍କରେ ଫାଟ ଥିଲା କି? ଯଦି ଥିଲା କାରଣ କ’ଣ? କାହିଁକି ହେଟ୍‌ ଲେଟର ଲେଖୁଥିଲେ ବିଦ୍ୟା? ସମ୍ପତ୍ତି ଏଗ୍ରିମେଣ୍ଟର ରହସ୍ୟ କ’ଣ? ଏସବୁ ଉତ୍ତର ହିଁ କହିପାରିବେ ବିଦ୍ୟା । ବିଶେଷକରି ସୌମ୍ୟ କେମିତି ପୋଡ଼ି ହେଲେ ସେକଥା ଜଣାପଡ଼ିଲେ ଅନେକ ଗୁମର ଖୋଲିବା ଆଶା କରାଯାଉଛି ।

bidyabharati

ସୌମ୍ୟଙ୍କ ପରିବାରକୁ ବି ପଚରାଉଚରା କରାଯିବ । ସେମାନେ ଆଣୁଥିବା ଅଭିଯୋଗ ବାବଦରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଡିଏଫଓଙ୍କ ସହ ବିଦ୍ୟାଙ୍କ ଅନୈତିକ ସମ୍ପର୍କ ଥିବା ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ । ବିଦ୍ୟାଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ କୌଣସି ନିଷ୍ପର୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏଯାଏ କ୍ରାଇମବ୍ରାଞ୍ଚ ପାଖାପାଖି ୧୫ ଜଣଙ୍କୁ ଜେରା କରିସାରିଲାଣିି । ପାରଳାରୁ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ିଛି । ସେସବୁକୁ ମେଳ କରୁଛି ତଦନ୍ତକାରୀ ଟିମ୍‌ । ବିଦ୍ୟାଙ୍କୁ ଜେରା ପରେ ସେସବୁ ଆଉ ଥରେ ଯାଞ୍ଚ କରିବ । ଆବଶ୍ୟକ ହେଲେ ପୁଣି ଡିଏଫଓ, ରୋଷେୟା ଓ ସେଦିନ ଘଟଣାସ୍ଥଳରେ ଯେଉଁମାନେ ଥିଲେ ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଜେରା କରିପାରି କ୍ରାଇମବ୍ରାଞ୍ଚ । ଡିଏଫଓ, ରୋଷେୟା ଓ ବିଦ୍ୟାଙ୍କୁ ମୁହାଁମୁହିଁ ବି ପଚରାଉଚରା ହୋଇପାରେ ।

 

ମାସେ ତଦନ୍ତ କରିଥିଲେ ବି ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରି ପାରିଲାନି ଗଜପତି ପୋଲିସ । କଣ ଲୁଚି ରହିଛି, ଯାହା ପୋଲିସ ଠଉରାଇ ପାରିଲାନି ସେଠି କ୍ରାଇମବ୍ରାଞ୍ଚ ପହଞ୍ଚି ପାରିବ ତ ?  କେବେ ସୌମ୍ୟଙ୍କ ଡେଥ୍‌ ସସପେନ୍ସ ଖୋଲିବ ତାଉପରେ ଏବେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.