Below header

ମେଟ୍ରୋ ପାଇଁ ଡକା ହେଲା ଟେଣ୍ଡର, ବିମାନବନ୍ଦରରୁ ଆଚାଯ୍ୟ ବିହାର ପାଇଁ ୬୩୦ କୋଟି

ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ଷ୍ଟେସନ ପାଇଁ ଭାରତୀୟ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଅନୁମତି ମିଳିନଥିବାରୁ ଏହାକୁ ପରବର୍ତ୍ତୀ ସମୟରେ ନିର୍ମାଣ କରାଯିବ । ଏଥିପାଇଁ ବିମାନବନ୍ଦରରୁ ୬୨୫ ମିଟର ଦୂରରୁ କାମ ହେବ । ପୂର୍ବରୁ ଯୋଜନା ହୋଇଥିବା ଶିଶୁଭବନ ଷ୍ଟେସନକୁ ବାଦ ଦିଆଯାଇଛି ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ନାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ଚାଲିବାକୁ ଥିବା ବେଳେ ଏବେ ବିମାନବନ୍ଦରରୁ ଆଚାଯ୍ୟ ବିହାର ଛକ ପଯ୍ୟନ୍ତ ରେଳଲାଇନ ବିଛାଯିବ । ଏଥିପାଇଁ ୬୩୦ କୋଟି ୬୫ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ସବୁଠୁ କମ ମୂଲ୍ୟ ଆହ୍ନାନ କରିଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ପ୍ୟାକେଜ ବିବିସି-୩ରେ ୬ଟି ମେଟୋ ଷ୍ଟେସନ ଯଥା କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ବର ରେଲୱେ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏଲିଭେଟେଡ ବ୍ରିଜ ଢାଞ୍ଚା ନିର୍ମାଣ କରାଯିବ । ଏଥିସହ ୬ଟି ଷ୍ଟେସନ ନିର୍ମାଣ କରାଯିବ । ଏବେ ଗୋଟିଲ ରେଳ ଧାରଣା ବିଛାଯିବା ଭଳି କାମ ହେବ । ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ଷ୍ଟେସନ ପାଇଁ ଭାରତୀୟ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଅନୁମତି ମିଳିନଥିବାରୁ ଏହାକୁ ପରବର୍ତ୍ତୀ ସମୟରେ ନିର୍ମାଣ କରାଯିବ । ଏଥିପାଇଁ ବିମାନବନ୍ଦରରୁ ୬୨୫ ମିଟର ଦୂରରୁ କାମ ହେବ । ପୂର୍ବରୁ ଯୋଜନା ହୋଇଥିବା ଶିଶୁଭବନ ଷ୍ଟେସନକୁ ବାଦ ଦିଆଯାଇଛି । ତେଣୁ ରାଜମହଲ ଓ ଶିଶୁଭବନ ଛକ ମଝିରେ ବାପୁଜୀନଗର ଷ୍ଟେସନ ନିର୍ମାଣ ହେବ । କାମଚଳା ବଜେଟରେ ମେଟ୍ରୋ ପକଳ୍ପ ପାଇଁ ୧ ହଜାର କୋଟି ଟଙ୍କା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.