କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ: ୩୦ ଜଣ ଶିକ୍ଷିତ ଯୁବକଙ୍କୁ ଦେଲେ ମାଗଣାରେ ଅଟୋ,ମୋବଇଲ ଓ ଯନ୍ତ୍ରପାତି

ମାଗଣାରେ ବଣ୍ଟା ହେଲା ଅଟୋ-ମୋବଇଲ ଓ ଯନ୍ତ୍ରପାତି । କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସେଲଫ ଏମ୍ପ୍ଲୋୟମେଣ୍ଟ ଭେନଚର । ହାଣ୍ଡିମ୍ୟାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ୩୦ଟି ଆଟୋ ଗାଡି, ମରାମତି ପାଇଁ ଯନ୍ତ୍ରପାତି କିଟ୍ ଓ ମୋବାଇଲ ବଣ୍ଟନ କରିଛନ୍ତି ଜିଲ୍ଲାପାଳ ।

କୋରାପୁଟ(କେନ୍ୟୁଜ) : ମାଗଣାରେ ବଣ୍ଟା ହେଲା ଅଟୋ-ମୋବଇଲ ଓ ଯନ୍ତ୍ରପାତି । କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସେଲଫ ଏମ୍ପ୍ଲୋୟମେଣ୍ଟ ଭେନଚର । ହାଣ୍ଡିମ୍ୟାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ୩୦ଟି ଆଟୋ ଗାଡି, ମରାମତି ପାଇଁ ଯନ୍ତ୍ରପାତି କିଟ୍ ଓ ମୋବାଇଲ ବଣ୍ଟନ କରିଛନ୍ତି ଜିଲ୍ଲାପାଳ ।

ସିପେଟ ମାଧ୍ୟମରେ ଭୁବନେଶ୍ୱର ଠାରେ ୬ମାସ ତାଲିମ ନେଇଥିବା ୩୦ ଜଣ ଯୁବକଙ୍କୁ ବଣ୍ଟନ କରାଯାଇଛି ୩୦ ଗୋଟି ଅଟୋ ଗାଡି ସହ ମୋବାଇଲ ଓ ଟୁଲ କିଟ । କୋରାପୁଟ ଜିଲ୍ଲାର ଶିକ୍ଷିତ ବେକାର ଯୁବକଙ୍କୁ ରୋଜଗାର କ୍ଷମ କରିବାକୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।

ଏହାଦ୍ୱାରା ବୈଷୟିକ ତାଲିମ ପ୍ରାପ୍ତ ଯୁବକମାନେ ନିଜେ ରୋଜଗାରକ୍ଷମ ହେବା ସହ ଆଗାମୀ ଦିନରେ ନିଜ ଅଂଚଳର ଶିକ୍ଷିତ ଯୁବକଙ୍କୁ ଆତ୍ମ ନିଯୁକ୍ତି ଦେବାରେ ସହାୟକ ହୋଇପାରିବେ । ସେହି ଲକ୍ଷରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଖଣିଜ ପାଣ୍ଠିରୁ (DMF)୩୦ ଜଣ ତାଲିମପ୍ରାପ୍ତ ଶିକ୍ଷିତ ଯୁବକଙ୍କୁ ମାଗଣାରେ ଅଟୋ ଗାଡି ଦେବା ସହ ଟୁଲ କିଟ ପ୍ରଦାନ କରାଯାଇଛି ।

auto

ଟୁଲ କିଟ ଦ୍ୱାରା ନିଜ ଅଂଚଳର ଇଲେକଟ୍ରିକାଲ , ପାୱ୍ବାର ଟିଲର ,ସୋଲାର ଲାଇଟ, ପାଣି ପାଇପ କାମ ,ୱ୍ବେଲଡିଂ କରିବା ସହ ମରାମତି କରିପାରିବେ । ଯେଉଁ ଦ୍ୱାରା ଯୁବକମାନେ କାମ ପାଇ ନିଜେ ରୋଜଗାରକ୍ଷମ ହୋଇପାରିବା ସହ ଅଂଚଳର ଲୋକଙ୍କୁ ଜରୁରୀ ସେବା ଯୋଗାଇବାରେ ସହାୟକ ସାଜିବେ । ବ୍ଲକ ଅଂଚଳରେ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ର ମରାମତି କାମ ମଧ୍ୟ ଶୀଘ୍ର ହେବ ସଠିକ ସମୟରେ ଉପଯୁକ୍ତ ସେବା ମିଳିପାରିବ ।

ଏଇ ଉଦେଶ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ବେଷୟିକ ତାଲିମପ୍ରାପ୍ତ କୋରାପୁଟ ଜିଲ୍ଲାର ୧୨ଟି ବ୍ଲକର ୩୦ ଜଣ ଯୁବକଙ୍କୁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି । ଏହା ସଫଳ ହେଲେ ଆଗାମୀ ଦିନରେ ଅଧିକା ଯୁବକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିବେଳେ ଅଟୋ ଗାଡି ପାଇବା ପରେ ବହୁତ ଖୁସି ପ୍ରକଟ କରିଛନ୍ତି ଯୁବକ ମାନେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.