Below header

ବାସୁଦେବପୁର : ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ବାସୁଦେବପୁର(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି । ଉତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ହୋ ହଲ୍ଲା କରିବା ସହ ଡାକ୍ତରଙ୍କ ଦୋଷ ଦେଇଥିଲେ । ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରିବା ପରେ ପରିବେଷ ଶାନ୍ତ ପଡିଥିଲା ।

ସୂଚନାନୁଯାୟୀ, ଆଜି ଅପରାହ୍ନର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଶୁର୍ଦଶନପୁର ଗ୍ରାମର ସୁଶାନ୍ତ କୁମାର ସାହୁଙ୍କ ୩ବର୍ଷର ପୁଅ ଅଂଶୁମାନ ଘର ପାଖରେ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ପଡିଯାଇଥିଲା । ପରିବାର ପକ୍ଷରୁ ଖୋଜାଖୋଜି ପରେ ଗୁରୁତର ଅବସ୍ଥାରେ ତାକୁ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିଲେ ।

ହେଲେ ସେତେବେଳେ ଡାକ୍ତରଖାନା କୌଣସି ଡାକ୍ତର ନଥିଲେ । ପରିବାର ପକ୍ଷରୁ ଦୀର୍ଘ ୧ଘଣ୍ଟା କାଳ ଡାକ୍ତରକୁ ଖୋଜି ନପାଇ ବ୍ୟତିବ୍ରସ୍ତ ହୋଇ ପଡିଥିଲେ । ହେଲେ ପରେ ଡାକ୍ତର ପହଂଚି ଦେଖିଲା ବେଳକୁ ଶିଶୁ ପୁତ୍ରଟିର ମୃତ୍ୟୁ ଘଟିସାରିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା ।

ହେଲେ ଅନ୍ୟ ପକ୍ଷରେ ପିଲାଟିକୁ ଠିକ ସମୟରେ ଚିକିତ୍ସା କରିବା ବେଳକୁ ପିଲାଟିର ମୃତ୍ୟୁ ଘଟିସାରିଥିଲା ବୋଲି କାର୍ଯ୍ୟରତ ଡାକ୍ତର କହିଛନ୍ତି । ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରିବା ପରେ ପରିବେଷ ଶାନ୍ତ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.