ଭୁଲ୍ ଇଞ୍ଜେକସନ୍ ନେଲା ୬ ମାସ ଶିଶୁର ଜୀବନ, ମେଡିକାଲରେ ଚାପା ଉତ୍ତେଜନା
ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁ ଚାଲିଗଲା ୬ ମାସ ଶିଶୁର ଜୀବନ । ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ଉତ୍ତ୍ୟକ୍ତ ଲୋକେ ମେଡିକାଲରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା ।

ପୋଲସରା (କେନ୍ୟୁଜ): ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁ ଚାଲିଗଲା ୬ ମାସ ଶିଶୁର ଜୀବନ । ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ଉତ୍ତ୍ୟକ୍ତ ଲୋକେ ମେଡିକାଲରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବୁଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁଚନା ମୁତାବକ ବୁଗୁଡା ନେଳିଆବନ୍ଦ ସାହିରେ ରହୁଥିବା ମାଗିନାୟକଙ୍କ ଛଅ ମାସର ଶିଶୁକୁ ଟିକା ଦେବା ନିମନ୍ତେ ଗତକାଲି ସକାଳେ ବୁଗୁଡା ମେଡିକାଲକୁ ଆଣିଥିଲେ । ଶିଶୁ ପୁତ୍ରକୁ ଟିକା କେନ୍ଦ୍ରରେ ଟୀକା ଦେଇ ଘରକୁ ଫେରି ଥିଲେ । କିନ୍ତୁ କୌଣସି କାରଣରୁ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ପରିବାର ଲୋକେ ଶିଶୁକୁ ବୁଗୁଡ଼ା ମେଡିକାଲକୁ ଆଣିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଉତ୍ତ୍ୟକ୍ତ ପରିବାର ଲୋକେ ବୁଗୁଡ଼ା ମେଡିକାଲରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଖବର ପାଇ ବୁଗୁଡା ଥାନା ପୋଲିସ୍ ପହଞ୍ଚି ଘଟଣାକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି ।