ସାମ୍ନାକୁ ଆସିଲା ରକୁଲ ଓ ଜ୍ୟାକିଙ୍କ ବିବାହ ଫଟୋ, କପଲ୍‌ଙ୍କୁ ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବୁଧବାର ଗୋଆରେ ବିବାହ କରିଥିଲେ ଏବଂ ସନ୍ଧ୍ୟାରେ ଉଭୟ ହିନ୍ଦୁ ଧର୍ମ ଅନୁଯାୟୀ ବିବାହ କରିଥିଲେ । ଦୁହେଁ ବହୁତ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଏହି ଦମ୍ପତି ନିଜ ବିବାହ ପାଇଁ ଇକୋ ଫ୍ରେଣ୍ଡଲି ଥିମ୍ ବାଛିଛନ୍ତି । ଗୋଆରେ ହୋଇଥିବା ଏହି ବିବାହରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।

ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରୀରେ ମ୍ୟାରେଜ୍‌ର ସିଜିନ୍‌ ଚାଲିଛି । ତେବେ ବହୁ ପପୁଲାର କପଲ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ କାଲି ଅର୍ଥତ୍‌ ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲୋକମାନେ ଦିନସାରା ଏହି ହାଇ ପ୍ରୋଫାଇଲ୍ ବିବାହର ଫଟୋକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କ ସହ ତାଙ୍କ ବିବାହର କିଛି ଫଟୋ ସେୟାର କରିଛନ୍ତି ।

ତେବେ ଆପଣମାନେ ବିବାହ ଫଟୋରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ସୁଖକୁ ସ୍ପଷ୍ଟ ଭାବରେ ଦେଖିପାରିବେ । ରକୁଲ ଏକ ପେଷ୍ଟେଲ ପିଙ୍କ୍‌ କଲରର ଲେହେଙ୍ଗା ପିନ୍ଧିଥିବାବେଳେ ଜ୍ୟାକି ଏକ କ୍ରିମ କଲର ଶେରୱାନିରେ ଦେଖିବାକୁ ମିଳିଥିଲେ । ଏହି ଦମ୍ପତି ନିଜ ପୋଷାକ ସହିତ ମ୍ୟାଚ୍‌ ହେଉଥିବା ଭଳି ପିଙ୍କ୍‌ ଫୁଲର ଫୁଲମାଳ ପକାଇଛନ୍ତି ।

ଗତ କିଛି ଦିନ ହେବ ଏହି କପଲଙ୍କ ବିବାହକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଥିଲା । ତେବେ ଏହା ପୂର୍ବରୁ ହାଳଦୀ ଏବଂ ଅନ୍ୟାନ୍ୟ ରୀତିନୀତିର ଫଟୋ ମଧ୍ୟ ଲୋକଙ୍କ ମନକୁ ଛୁଇଥିଲା । ଏହି ବିବାହରେ ସେଲିବ୍ରିଟିଙ୍କ ସେଲିବ୍ରେସନ୍‌ର ମଧ୍ୟ ଝଲକ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବୁଧବାର ଗୋଆରେ ବିବାହ କରିଥିଲେ ଏବଂ ସନ୍ଧ୍ୟାରେ ଉଭୟ ହିନ୍ଦୁ ଧର୍ମ ଅନୁଯାୟୀ ବିବାହ କରିଥିଲେ । ଦୁହେଁ ବହୁତ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଏହି ଦମ୍ପତି ନିଜ ବିବାହ ପାଇଁ ଇକୋ ଫ୍ରେଣ୍ଡଲି ଥିମ୍ ବାଛିଛନ୍ତି । ଗୋଆରେ ହୋଇଥିବା ଏହି ବିବାହରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି । ଯେପରି ସହିଦ ଓ ମୀରା, ବରୁଣ, ଅନନ୍ୟା, ଅକ୍ଷୟ କୁମାର, ଟାଇଗର ଶ୍ରଫଙ୍କ ପରି ଅନେକ ଷ୍ଟାର ପହଞ୍ଚିଥିଲେ । ତେବେ ଏହି ବିବାହ ବହୁତ ଧୁମ୍‌ଧାମ୍‌ରେ ହୋଇଥିଲା । ଏହା ସହ ବର୍ତ୍ତମାନ ଏହି କପଲଙ୍କ ବିବାହର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ରକୁଲ ଓ ଜ୍ୟାକି ତାଙ୍କ ଇଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇଜଣ ବହୁତ ହିଁ ସୁନ୍ଦର ଲାଗୁଛନ୍ତି । ଏହା ସହ ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ମଧ୍ୟ ଲାଗିଛି ।

 

View this post on Instagram

 

A post shared by Rakul Singh (@rakulpreet)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.