ୱାର୍ଡ ସଭ୍ୟଙ୍କୁ ଅତର୍କିତ ଆକ୍ରମଣ, ଘୋଷାଡ଼ି ଘୋଷାଡ଼ି ମାଡ ମାରିବା ସହ ଫିଙ୍ଗିଲେ ଇଟା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୁଦନପୁର ଗ୍ରାମର ୧ନଂ ସୀମାକୁ ଲାଗି କରି ରହିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ । ସେହି ସୀମାରେ ବାସୁଦେବପୁର ବ୍ଲକର କିଛି ସରକାରୀ ଜମିକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁଙ୍କ ପରିବାର ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ନିଜ କବଜାକୁ ନେଇ ଚଳପ୍ରଚଳ କରି ଆସୁଥିଲେ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୁଦନପୁର ଗ୍ରାମର ୧ନଂ ସୀମାକୁ ଲାଗି କରି ରହିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ । ସେହି ସୀମାରେ ବାସୁଦେବପୁର ବ୍ଲକର କିଛି ସରକାରୀ ଜମିକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁଙ୍କ ପରିବାର ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ନିଜ କବଜାକୁ ନେଇ ଚଳପ୍ରଚଳ କରି ଆସୁଥିଲେ । ସରକାରଙ୍କ ପକ୍ଷରୁ ସେହି ଜାଗାରେ ମୋ ଓଡିଶା ନବିନ ଓଡିଶା ମାଧ୍ୟମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।

ହେଲେ ସେହି ଯାଗାକୁ ସିମୁଳିଆ ବ୍ଲକର ଉପେନ୍ଦ ସାହୁ ନିଜ କବଜା ନେଇଥିବାରୁ ବରଣ୍ଡୁଆ ପଞ୍ଚାୟତର ମଧୁସୁଦନପୁର ବାସୀ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଥିଲେ । ପରେ ବାସୁଦେବପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମାପ କରି ଉକ୍ତ ଜାଗାରେ ଥିବା ସମସ୍ତ ସାମଗ୍ରୀକୁ ହଟାଇ ସେହି ଜାଗାରେ ସରକାରଙ୍କ ପକ୍ଷରୁ ଆସିଥିବା ଗୃହ ନିର୍ମାଣ କରିବାକୁ ଭିଜିବିଲିଟ ରିପୋର୍ଟ ମଧୁସୁଦନପୁର ବାସୀଙ୍କୁ ପ୍ରଦାନ କରିଥିଲେ । ପରେ ମଧୁସୁଦନପୁରର ସେହି ଜାଗାରେ ୧ନଂ ୱାର୍ଡର ସଭ୍ୟ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ଵାବଧାନରେ ଏକ ଗୃହ ନିର୍ମାଣ କରାଗଲା ।

ଗତକାଲି ସେହି ଘରର ଛାତ ପଡିବାକୁ ଥିବା ବେଳେ ୱାର୍ଡ ସଭ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ଉପେନ୍ଦଙ୍କ ପରିବାର କାମ ବନ୍ଦ କରି ଦେଇଥିଲେ । ୱାର୍ଡ ସଭ୍ୟ କଣ ପାଇଁ କାମ ବନ୍ଦ କରୁଛ ଏହି ଜାଗା ବାସୁଦେବପୁର ବ୍ଲକର ମଧୁସୁଦନପୁର ଗ୍ରାମର ବୋଲି କହିବାରୁ ଉପେନ୍ଦ୍ରଙ୍କ ପରିବାର ଲୋକେ ଅତର୍କିତ ଭାବେ ୱାର୍ଡ ସଭ୍ୟ ଶରେଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମାଡ ମାରିବା ସହିତ ତଳେ ପକାଇ ଘୋଷାରି ଘୋଷାରି ମାଡମାରି ତାଙ୍କ ଉପରକୁ ଇଟା ଫିଙ୍ଗିଥିଲେ । ଏହି ଆକ୍ରମଣରେ ଶ୍ରୀ ପାଣିଗ୍ରାହୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ଡାକ୍ତରଖାନାକୁ ନେଇ ଯାଇଥିଲେ । ପରେ ଗ୍ରାମର କିଛି ମହିଳା ଗୋଷ୍ଠୀ ପହଞ୍ଚି ଉପେନ୍ଦ୍ର ଘେରିଥିବା ବାଡକୁ ଓପାଡି ଫିଙ୍ଗି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.