ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ନାହିଁ ନଥିବା କ୍ଷତି ସହୁଛନ୍ତି ହଜାର ହଜାର ଚାଷୀ, ବାହାରି ପାରୁନି ସମାଧାନର ସୂତ୍ର

ବରୀ ସାରନ୍ଦା ପାଟରୁ ନିଷ୍କାସନ ହେଉନି ବନ୍ୟା ଜଳ । ପ୍ରତିବର୍ଷ ସ୍ଥାନୀୟ ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଲିବିଲ,ଅଲିପୁର,ବରୀ ଏବଂ ଅରଙ୍ଗାବାଦ ପଞ୍ଚାୟତର ହଜାର ହଜାର ଚାଷ ଜମି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଏ । ଏଥିସହିତ ଗାଁ ଗାଁରେ ମଧ୍ୟ ପାଣି ପଶେ ।

ଯାଯପୁର(କେନ୍ୟୁଜ): ବଢ଼ିବଢ଼ି ଚାଲିଛି ଚାଷୀଙ୍କ ସମସ୍ୟା । ଯାଜପୁର ବରୀ ବ୍ଲକର ସାରନ୍ଦା ପାଟରୁ ପ୍ରତିବର୍ଷ ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ଚାଷୀମାନେ ନାହିଁ ନଥିବା କ୍ଷତି ସହୁଛନ୍ତି । ଡ୍ରେନେଜ ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ବର୍ଷ ହେଳା ସ୍ଥାନୀୟ ଚାଷୀ ଉଦ୍ୟମ କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଏହାର ପ୍ରତିବାଦରେ ସ୍ଥାନୀୟ ଚାଷୀମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ଜିଲାପ୍ରଶାସନ ସହିତ ଆଲୋଚନା ବିଫଳ ହୋଇଛି ଏବଂ ଏ ସମ୍ପର୍କରେ ବୈଷୟିକ ଟିମର ମତ ମଗାଯାଇଛି । ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି ।

ବରୀ ସାରନ୍ଦା ପାଟରୁ ନିଷ୍କାସନ ହେଉନି ବନ୍ୟା ଜଳ । ପ୍ରତିବର୍ଷ ସ୍ଥାନୀୟ ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଲିବିଲ,ଅଲିପୁର,ବରୀ ଏବଂ ଅରଙ୍ଗାବାଦ ପଞ୍ଚାୟତର ହଜାର ହଜାର ଚାଷ ଜମି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଏ । ଏଥିସହିତ ଗାଁ ଗାଁରେ ମଧ୍ୟ ପାଣି ପଶେ । ଏଭଳି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ପାଟରେ ବନ୍ୟା ଜଳ ପ୍ରବେଶ କରୁଥିଲେ ହେଁ ପ୍ରସ୍ଥାନ ପାଇଁ କୌଣସି ବାଟ ନଥାଏ । ବରୀ-କାଇପଡା ରାସ୍ତା ଏହାର ବାଧକ ସାଜିଛି । ଏ ସମ୍ପର୍କରେ ସ୍ଥାନୀୟ ଚାଷୀ ଉଭୟ ଡ୍ରେନେଜ ଓ ପୂର୍ତ୍ତ ବିଭାଗକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ସହିତ ଆଲୋଚନା ଓ ପ୍ରତିଶୃତି ଦେଇ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ । ଏହାର ପ୍ରତିବାଦ କରି ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପକ୍ଷରୁ ଗତ ୩ ଦିନ ଧରି ଜିଲ୍ଲାପାଳ ଅଫିସ ସମ୍ନାରେ ଧାରଣାରେ ବସିଛନ୍ତି । ଏଭଳି ଏକ ଘଟଣାର ବିଚାର କରି ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି । ସେପଟେ ଏଭଳି ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମର ସହାୟତା ନିଆଯାଇଛି । ଉକ୍ତ ଟିମ ରିପୋର୍ଟ ଦେବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର ସାମଲ କହିଛନ୍ତି ।

ବାରମ୍ବାର ଚାଷୀମାନେ ଏଭଳି ସମସ୍ୟା ର ସମାଧାନ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କୌଣସି ସମାଧାନର ସୂତ୍ର ବାହାରି ପାରୁନି । ଯାହାକୁ ନେଇ ସମଗ୍ର ବରୀ ଅଞ୍ଚଳରେ ଆନ୍ଦୋଳନ ଦେଖାଯାଇଛି । ତେଣୁ ଏଭଳି ସମସ୍ୟାର ସମାଧାନ ହୋଇପାରିଲେ ଚାଷୀମାନଙ୍କ ସମସ୍ୟା ଦୂର ହୋଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.