ଜନଜାତି ଜୀବିକା ମିଶନ: କନ୍ଧମାଳ ବାଲିଗୁଡାରେ ଆଦିବାସୀ ଯୁବକ ଯୁବତୀଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଅନୁସୂଚିତ ଜନଜାତି ଯୁବକ ଯୁବତୀଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଉତ୍ତମ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ । ଆଦିବାସୀ ଯୁବକ ଯୁବତୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ସହ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ନିଜକୁ ସାମିଲ କରିବା ପାଇଁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସଭାଗୃହ ଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ପ୍ରକଳ୍ପ ପରିଚାଳକ ସମୀରନ ନାୟକ ଆଦି ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ତ ନଅ ଗୋଟି ବ୍ଲକର ୮୫ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଦିବାସୀ ସଶକ୍ତିକରଣ ସହ ନିଜ ପରିବାରର ଉତ୍ତମ ପ୍ରତି ପୋଷଣ ସହ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଆଦିବାସୀ ଯୁବକ ଯୁବତୀ ସୃଷ୍ଟି କରି ପାରିବେ ବୋଲି ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ କହିଛନ୍ତି ।

ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଏପରି ଅଭିନବ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସମସ୍ତ ଆଦିବାସୀ ଯୁବକ ଯୁବତୀ । ସରକାରଙ୍କ ଏଭଳି ପଦକ୍ଷେପ ଖୁବ ପ୍ରଶଂସନୀୟ ଏବଂ ଏହାଦ୍ୱାରା ଅନୁସୂଚିତ ଜନଜାତି ଯୁବକ ଯୁବତୀମାନେ ଖୁବ ଲାଭାନ୍ଵିତ ହୋଇପାରିବେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.