Below header

ଆଜି ଗଞ୍ଜାମ ଜିଲ୍ଲାରେ 5T ଅଧ୍ୟକ୍ଷଙ୍କ ମାରାଥନ୍ ଗସ୍ତ, ୪ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଆଜି ଗଞ୍ଜାମ ଜିଲ୍ଲାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ଗସ୍ତ। ୪ଟି ନିର୍ବାଚନ ମଣ୍ଡଳୀ ଯିବେ । ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ ।

ଗଞ୍ଜାମ (କେନ୍ୟୁଜ): ଆଜି ଗଞ୍ଜାମ ଜିଲ୍ଲାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ଗସ୍ତ । ୪ଟି ନିର୍ବାଚନ ମଣ୍ଡଳୀ ଯିବେ । ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ । ପ୍ରଥମେ ୧୧ଟା ୨୦ରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠାରେ ପହଞ୍ଚିବେ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ କାର୍ତ୍ତିକ ପାଣ୍ଡିଆନ୍ ।

ଏହାପରେ ୧୨ଟା ୨୦ରେ ସାନଖେମୁଣ୍ଡିର ଧରାକୋଟ ଯିବେ । ଦିନ ସାଢ଼େ ଗୋଟାଏରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡିରେ କାର୍ଯ୍ୟକ୍ରମ ରହିଛି । ଏହାପରେ ୨ଟା ୩୫ରେ ଚିକିଟିର ସାମନତିଆପଲ୍ଲୀରେ କାର୍ଯ୍ୟକ୍ରମରେ ଯୋଗଦେବେ କାର୍ତ୍ତିକ ପାଣ୍ଡିଆନ। ଏଥିରେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ବହୁ ଲୋକଙ୍କ ସମାଗମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.