Below header

AIରେ କଏଦ ହେଲା ମାଟ୍ରିକ ପରୀକ୍ଷା କେନ୍ଦ୍ରର ବ୍ୟତିକ୍ରମ, କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡର ସୁପାରିଶ

ମାଟ୍ରିକ ପରୀକ୍ଷା ବେଳେ ବିଭିନ୍ନ ସ୍କୁଲରେ ପରିଚାଳନାଗତ ତ୍ରୁଟି ଧରିଛି AI କ୍ୟାମେରା । AI ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି । ୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ଚାରୋଟି ସ୍କୁଲରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ବେଳେ ବିଭିନ୍ନ ସ୍କୁଲରେ ପରିଚାଳନାଗତ ତ୍ରୁଟି ଧରିଛି AI କ୍ୟାମେରା । AI ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି । ୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ଚାରୋଟି ସ୍କୁଲରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କଟକ ବ୍ୟତୀତ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲ୍ଲାର ଆଉ ୪ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି ।

କଟକ ଜିଲ୍ଲା ନରସିଂହପୁରର ଏଏନ୍ ହାଇସ୍କୁଲରେ ପରୀକ୍ଷା ବେଳେ ଛାତ୍ରଛାତ୍ରୀମାନେ ପରସ୍ପର ସହ କଥା ବାର୍ତ୍ତା କରୁଛନ୍ତି। ସେହିଭଳି ଜଣେ ମହିଳା ପୋଲିସ କର୍ମୀ ବିନା କାରଣରେ ଏକ୍ଜାମିନେସନ ରୁମ୍କୁ ଯାଇଥିବାର ଜଣାପଡ଼ିଛି । କାନପୁର ଗାର୍ଲସ୍ ହାଇସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ଗୋଟିଏ ରୁମ୍ ଝରକା ପାଖରେ ଜଣେ ବାହାର ବ୍ୟକ୍ତି ଠିଆ ହୋଇଥିବାର ଦୃଶ୍ୟ କଏଦ୍ ହୋଇଛି । ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲରେ ଇନଭିଜିଲେଟରଙ୍କ କାର୍ଯ୍ୟରେ ଅବହେଳା ପାଇଁ ପରୀକ୍ଷାର୍ଥୀମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥିଲେ ।

କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠର ଜଣେ ମହିଳା ଶିକ୍ଷୟିତ୍ରୀ ସକାଳ ୯ଟା ୧୭ମିନିଟରେ ପ୍ରୋଟୋକଲ୍ ଭାଙ୍ଗି ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରମୁଣ୍ଡାସ୍ଥିତ ଓରୋବିନ୍ଦ ବିଦ୍ୟାମନ୍ଦିରରେ ପୂର୍ବାହ୍ନ ୧୦ଟା ୪ ମିନିଟ୍ ରେ ନିରୀକ୍ଷକମାନେ ଡ୍ୟୁଟିରୁ ବଞ୍ଚିତ ହେବାରୁ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଅଡସପୁରର ପ୍ରାଚୀ ଏକାଡେମୀ, ପୁରୀ ଜିଲ୍ଲା ପିପିଲିର ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲ୍ଲା ରଣପୁରର ବିସି ହାଇସ୍କୁଲରେ ପ୍ରଶ୍ନପତ୍ର ଦେବାରେ ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପରୀକ୍ଷା କେନ୍ଦ୍ରରେ ଏହି ଅବ୍ୟବସ୍ଥା ନେଇ ଶିକ୍ଷା ବିଭାଗ, ଓ ପୋଲିସକୁ ଅବଗତ କରିଛି ବୋର୍ଡ । ଏଥିସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଛି । ଦୁଇ ଇନଭିଜିଲେଟରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି । ନରସିଂପୁର ଏ.ନ ହାଇସ୍କୁଲ ସେଣ୍ଟର ଦୁଇ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବୋର୍ଡ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.