ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା: ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ୧୦ଆହତ

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା । ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ । ହଷ୍ଟେଲରେ ପଶି ଭଙ୍ଗାରୁଜା । ଏଥିରେ ପ୍ରାୟ ୧୦ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।

ଆମ୍ବେଦର ହଷ୍ଟେଲ ଓ ଖାରବେଳ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଗତକାଲି ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

Leave A Reply

Your email address will not be published.