Below header

ବାପାଙ୍କୁ ମହଙ୍ଗା ପଡ଼ିଲା ପୁଅର ଫ୍ରିଫାୟାର ଖେଳ, ୨୦ ଦିନରେ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

ଅନ୍‌ଲାଇନ୍‌ ଗେମ୍‌ ଚକ୍କରରେ ଜଣେ ନାବାଳକ ସାଇବର ଠକେଇର ଶିକାର ହୋଇଛି। ଫ୍ରିଫାୟାର ଗେମ୍‌ ଅନ୍‌ଲକ୍‌ କରିବା ପାଇଁ ସେ ନିଜ ବାପାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ କରି ଦେଇଛି। ଏନେଇ ଜଣାପଡ଼ିବା ପରେ ବାପା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ଜଣାଯାଇଛି। ଏଭଳି ଠକେଇ ହୋଇଛି ଉତ୍ତର ପ୍ରଦେଶର କାନପୁରରେ।

କାନପୁରର ନବାବଗଞ୍ଜ ନିବାସୀ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ସେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା ଯେ ୨୦ ଦିନ ମଧ୍ୟରେ ଏହି ଟଙ୍କା କଟିଛି। ସେ କାହାକୁ ନିଜ ଏଟିଏମ୍‌ ଦେଇନଥିବାରୁ ଘର ଲୋକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପଚରାଉଚରା ପରେ ତାଙ୍କ ପୁଅ ସବୁ ସତ କହିଥିଲା।

ପୁଅର କହିବାନୁସାରେ, ସେ ଫ୍ରିଫାୟାର ଗେମ୍‌ର ପରବର୍ତ୍ତୀ ଲେବଲ ଅନ୍‌ଲକ୍‌ କରିବାକୁ ୟୁଟ୍ୟୁବ୍‌ରୁ ଏକ ନମ୍ବର ପାଇଥିଲା। ସେଠାକୁ ଫୋନ୍‌ କରିବା ପରେ ଜଣେ ଯୁବକ ତାକୁ ଗେମ୍‌ ଅନ୍‌ଲକ୍‌ କରିବା ପାଇଁ ପ୍ରଥମରେ ୭୫୦ ଟଙ୍କା ମାଗିଥିଲେ। ସେ ଏହି ଟଙ୍କା ଦେଇଥିଲା। ଧୀରେ ଧୀରେ ସେ ୨୦ ଦିନ ମଧ୍ୟରେ ଉକ୍ତ ଯୁବକକୁ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲା। କିନ୍ତୁ ଗେମ୍‌ ଅନ୍‌ଲକ୍‌ ନ ହେବାରୁ ସେ ନିଜ ଟଙ୍କା ଫେରାଇବାକୁ ଯୁବକକୁ କହିଥିଲା। କିନ୍ତୁ ଉକ୍ତ ଯୁବକ ତାକୁ ଟଙ୍କା ମାଗିଲେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା ଓ ସବୁ ଦୋଷ ତା’ ଉପରକୁ ଯିବ ବୋଲି ଧମକାଇ ଥିଲା। ସେହି ଭୟରେ ନାବାଳକ କାହାକୁ ଏ କଥା କହିନଥିଲା।

ତେବେ ପୁଅ ଗେମ୍‌ ପାଇଁ ୫ ଲକ୍ଷ ଟଙ୍କା ଜଣେ ଅଜଣା ବ୍ୟକ୍ତିକୁ ଦେଇଥିବା ଜାଣିବା ପରେ ଚନ୍ଦ୍ରଶେଖର ମୁଣ୍ଡରେ ହାତ ଦେଇଛନ୍ତି। ସେ ଏଥିରେ ପୋଲିସର ସହାୟତା ଚାହିଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.