Below header

ଚାଣକ୍ୟ ନୀତି : ଭୂଲ୍‌ରେ ବି ଏମିତି ଧନକୁ କାମନା କରିବା କଥା ନୁହେଁ, ଜାଣନ୍ତୁ କ’ଣ ସେହି ଧନ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ । ଚାଣକ୍ୟ ଆଜି ଧନ ସମ୍ବନ୍ଧରେ ଏମିତି କିଛି କହିଛନ୍ତି ଯାହା ସଭିଏଁ ଜାଣିବା ଉଚିତ୍‌ ।

ଧନ ପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ । ତେବେ ଧନ ପାଇବା ପାଇଁ ଲୋକେ ବେଳେ ବେଳେ ଭୂଲ ରାସ୍ତାରେ ପାଦ ଦେଇଥାନ୍ତି । କେଉଁ ପ୍ରକାର କାମରେ ଧନ ଅର୍ଜନ କରିବା ଉଚିତ୍‌ ଓ କେଉଁଥିରୁ ଧନ ଅର୍ଜନ କରିବା ଉଚିତ୍‌ ନୁହେଁ ସେ ସମ୍ପର୍କରେ କହିଛନ୍ତି ଚାଣକ୍ୟ ।

ଅତି କ୍ଲେଶେନ ୟେ ଚାର୍ଥା ଧର୍ମସ୍ୟାତିକ୍ରମେଣ ତୁ ।
ଶତ୍ରୁଣାଂ ପ୍ରଣିପାତେନ ତେ ହ୍ଵାର୍ଥା ମା ଭବନ୍ତୁ ମେ ।।

ଅର୍ଥାତ : ଅନ୍ୟକୁ ହାନୀ ପହଞ୍ଚାଇ ଜମା କରାଯାଇଥିବା ଧନ, ଧର୍ମ ବିରୋଧରେ ଯାଇ କିମ୍ବା ଶତ୍ରୁ ନିକଟରେ ହାତ ପାତି ଅର୍ଜନ କରିଥିବା ଧନ ମୋତେ ଦରକାର ନାହିଁ । ଏମିତି ଧନ ମୋ ପାଖକୁ ନ ଆସିବା ଶ୍ରେୟସ୍କର । କାରଣ ଏହି ଧନ ଅପମାନ ଦେବା ଭଳି ଧନ । ବ୍ୟକ୍ତିକୁ ସର୍ବଦା ଏପରି ଧନକୁ ଆଶା କରିବା ଉଚିତ୍‌ ଯାହା ପରିଶ୍ରମ ଓ ଧାର୍ମିକ ଉପାୟରେ ଅର୍ଜନ କରାଯାଇଥାଏ ।

ଶୁଭ ଧନ ଘରେ ସୁଃଖ ସମୃଦ୍ଧି ଓ ଖୁସି ଆଣିଥାଏ । ଚାଣକ୍ୟ କହିଛନ୍ତି ଏମିତି ଧନର କୌଣସି ଲାଭ ନାହିଁ ଯାହାକୁ ଜଣେ ବ୍ୟକ୍ତି ଭୋଗ କରିଥାଏ । ଧନ-ସମ୍ପତ୍ତି ଉତ୍ତମ ହୋଇଥାଏ ଯାହାର ଲାଭ ସଭିଏଁ ଉଠାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.