ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: ବିଦ୍ୟାଭାରତୀଙ୍କୁ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମର ପଚରାଉଚରା

ବାରିପଦା(କେନ୍ଯୁଜ୍): ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ବିଦ୍ୟାଭାରତୀଙ୍କୁ କ୍ରାଇବ୍ରାଞ୍ଚର ଜେରା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଥିବା ବିଦ୍ୟାଙ୍କ ଘରେ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି । DSP ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ରେ CAWର ୨ଜଣ ମହିଳା ଅଧିକାରୀ ଅଛନ୍ତି। ଏହାପୂର୍ବରୁ କପ୍ତିପଦା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ପୋଲିସ ସହ ଆଲୋଚନା କରିଥିଲେ ।

ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଏବେ ବି ଅନେକ ରହସ୍ୟ ଲୁଚି ରହିଛି । ସୌମ୍ୟ ପୋଡ଼ି ହେଲେ କେମିତି ? ସେଦିନ ଘରେ ଥାଇ ବି ନିଆଁ ଲାଗିବାର କାରଣ କେମିତି ଜାଣି ପାରିଲେନି ବିଦ୍ୟା ? ସୌମ୍ୟ ପୋଡ଼ି ହୋଇଥିବା ଖବର କେଉଁମାନଙ୍କୁ ଜଣାଇଥିଲେ ? ଡିଏଫଓଙ୍କୁ ଫୋନ୍‌ କରିଥିଲେ କି ? ଡିଏଫଓ କ୍ୱାର୍ଟର୍ସକୁ ଆସିଥିଲେ ନା ସିଧା ହସ୍ପିଟାଲରେ ପହଞ୍ଚିଥିଲେ ? ଆଉ କେଉଁମାନେ ଆସିଥିଲେ ହସ୍ପିଟାଲ ? ସୌମ୍ୟଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ସହ ସେ କଥା ହୋଇଥିଲେ ନା ଆଉ କିଏ ? ହେଟ୍‌ ଲେଟର ରହସ୍ୟ କଣ ? ସମ୍ପତ୍ତି ଏଗ୍ରିମେଣ୍ଟର ସତ କଣ ? ବିବାହ ପରଠୁ ମନାନ୍ତର ଯାଏ ଅନେକ ପ୍ରଶ୍ନର ଉତ୍ତର ବିଦ୍ୟାଙ୍କ ପାଖରୁ ଜାଣିବାକୁ ଚାହିଁବ କ୍ରାଇମବ୍ରାଞ୍ଚ । ଗତକାଲି ସୌମ୍ୟଙ୍କ ପରିବାରର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.