ଏମିତି ଖେଳାଳି ଯିଏ ପାଟିରେ ଖେଳନ୍ତି, ଆଉ ଗୋଡ଼ରେ କରନ୍ତି ସର୍ଭିସ୍

ଟୋକିଓ: ଚଳିତ ‌ଟୋକିଓ ପାରାଲିମ୍ପିକ୍ସରେ ଦିବ୍ୟାଙ୍ଗ ଖେଳାଳିଙ୍କ କ୍ରୀଡ଼ା ଯାତ୍ରାର ଅନେକ ଯନ୍ତ୍ରଣା ଦାୟକ କାହାଣୀ ରହିଛି। ତେବେ ଇଜିପ୍ଟର ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଦୁଇ ହାତ ହରାଇ ସୁଦ୍ଧା ଗୋଡ଼ରେ ‌ଟେବୁଲ ଟେନିସ୍ ଖେଳି ସମସ୍ତଙ୍କ ପ୍ରିୟପାତ୍ର ହେବାରେ ଲାଗିଛନ୍ତି।ଖେଳ ପ୍ରତି ତାଙ୍କ ଏକାଗ୍ରତା ପାଇଁ ସେ  ଆଜି କୋଟି କୋଟି କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ଖେଳାଳି ଜଣକ ହେଉଛନ୍ତି ଇଜିପ୍ଟ ଟେବୁଲ ଟେନିସ୍ ଦଳର ତାରକା ଖେଳାଳି ଇବ୍ରାହିମ ଏଲହୁସେନି ହାମାଡୋଉ।

ମାତ୍ର ୧୦ ବର୍ଷ ବୟସର ସେ ଏକ ଟ୍ରେନ୍ ଦୁର୍ଘଟଣାରେ ନିଜର ଦୁଇଟି ଯାକ ହାତ ହରାଇଥିଲେ। ତେବେ ଏହାକୁ ଏକ ପ୍ରତିବନ୍ଧକ ଭାବେ ନ ଦେଖି ଗୋଡ଼ରେ ଟେବୁଲ ଟେନିସ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଦିବ୍ୟାଙ୍ଗ କ୍ରୀଡ଼ାରେ ନିୟମିତ ଭାବେ ଅଂଶଗ୍ରହଣ କରି ସଫଳ ହୋଇ ଚାଲିଥିଲେ।

ହାମାଡୋଉଙ୍କ ବିଶେଷତ୍ବ ହେଉଛି, ସେ ଟେବୁଲ ଟେନିସ୍ ରୢାକଟକୁ ପାଟିରେ ଧରନ୍ତି। ଦାନ୍ତ ମାଢ଼ିରେ କାମୁଡ଼ି ଧରି ସଟ୍ ଖେଳନ୍ତି। ଗୋଡ଼ରେ ବଲ୍ ଧରି ସର୍ଭିସ୍ କରନ୍ତି। ୧୯୭୩ ମସିହା ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିବା ଏହି ନିଆରା କ୍ରୀଡ଼ା ନାୟକ ୨୦୧୬ ରିଓ ପାରାଲିମ୍ପିକ୍ସ ଖେଳି ନିଜ ପିଲା ଦିନର ସ୍ବପ୍ନକୁ ସାକାର କରିଥିଲେ। ଟୋକିଓରେ ସେ ଦ୍ବିତୀୟ ଥର ପାଇଁ ପାରାଲିମ୍ପିକ୍ସ ଖେଳୁଛନ୍ତି। ୪୮ ବର୍ଷୀୟ ହାମାଡୋଉ ୨୦୨୪ ପ୍ୟାରିସ୍ ପାରାଲିମ୍ପିକ୍ସରେ ବି ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.