ଦୁନିଆରେ ଏହି ସ୍ଥାନକୁ ଥରେ ଗଲେ ଫେରିବା ଅସମ୍ଭବ

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି , ଯାହା ଦେଖିବା ପାଇଁ ବହୁତ ସୁନ୍ଦର କିନ୍ତୁ ତାହା ମଧ୍ୟରେ ଲୁଚି ରହିଥାଏ ଅନେକ ରହସ୍ୟ। ଆଜିର ଏହି ଭିଡିଓରେ ଆମେ ସେହି ରହସ୍ୟ ଉପରୁ ପରଦା ଉଠାଇବୁ। ଆପଣ ସମସ୍ତେ ଜାଣିଛନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠୁ ପ୍ରକୃତି ବହୁତ ସୁନ୍ଦର ଦେଖାଯାଏ। ସେଭଳି କିଛି ସ୍ଥାନ ମଧ୍ୟ ଅଛି ଯେଉଁଠି ବିପଦ ପାଦେ ପାଦେ ରହିଛି। ଏଭଳି ବିପଦ ପୂର୍ଣ୍ଣ ସ୍ଥାନକୁ ଯଦି ଆପଣ ଥରେ ଯିବେ ତେବେ ଫେରିବା କଥା ଭୁଲି ଯାଆନ୍ତୁ। କ’ଣ ଆପଣ କେବେ ଏମିତି ସ୍ଥାନ ସମ୍ପର୍କରେ ଶୁଣିଛନ୍ତି ଯେଉଁଠି ମନୁଷ୍ୟ ନୁହେଁ ବରଂ ସାପମାନଙ୍କର ରାଜୁତି ଚାଲିଥାଏ ।

ବ୍ରାଜିଲରେ ରହିଛି ଏଭଳି ଭୟାନକ ସ୍ଥାନ। ଏଠାକୁ ଯିବା କୋଣସି ବିପଦରୁ କମ ନୁହେଁ। ଏହାର ନାମ ହେଉଛି ସ୍ନେକ ଆଇଲ୍ୟାଣ୍ଡ। ଆଣ୍ଟର୍କଟିକ ମହାସାଗର ମଧ୍ୟରେ ରହିଥିବା ଏହି ଦ୍ୱୀପର ନାମ “ଇଲାହ ଦ କ୍ୟୁବ ମାଦା” ରଖାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଦ୍ୱୀପରେ ରହୁଛନ୍ତି ଦୁନିଆର ସବୁଠୁ ବିଷଧର ସାପ। ଏଠାରେ ପାଖାପାଖି ୪୦୦୦ ପ୍ରଜାତିର ସାପ ଦେଖିବାକୁ ମିଳିଥାନ୍ତି । ଏମାନେ ଉଡି ପାରନ୍ତି।

ବ୍ରାଜିଲ Navy ଡିପାର୍ଟମେଣ୍ଟ ଏଠାକୁ ଯିବା ପାଇଁ ଲୋକଙ୍କୁ ମନା କରିଛନ୍ତି। ଏଠାକୁ କେବଳ ସାପ ସହ ଜଡ଼ିତ ରିସର୍ଚ୍ଚ ପାଇଁ ବିଶେଷଜ୍ଞଙ୍କୁ ଦ୍ୱୀପର ତଟବତୀ ଇଲାକାକୁ ଯିବାର ଅନୁମତି ମିଳିଛି। କିନ୍ତୁ ସୂଚନା ମିଳିଛି ଯେ, ଏଠାକୁ କିଛି ଶିକାରୀ ଅବୈଧ୍ୟ ରୂପେ ଆସି ସାପକୁ ଧରି ବାହାରେ ବିକ୍ରି କରି ଦିଅନ୍ତି। ସବୁଠାରୁ ଅଧିକ ଦାମ ଥିବା ସାପର ନାମ ଗୋଲଡେନ ଲାନ୍ସ ହେଡ ଓ୍ଵାଇପର , ଅନ୍ତରାଷ୍ଟ୍ରୟୀ ବଜାରରେ ଏହାର ଦାମ ରହିଛି ୧୮ ଲକ୍ଷ ଟଙ୍କା। ଏଠାରେ ଏତେମାତ୍ରାରେ ବିଷଧର ସାପ ରହିଛନ୍ତି ଯେ, ଯେ ଯଦି ଭୁଲରେ ଆପଣ ଏଠାକ ୁ ଯିବେ ତେବେ ଫେରିବା ଆପଣଙ୍କ ପାଇଁ ବଡ଼ ମୁସ୍କିଲ ହୋଇଯିବ।

ସେହିପରି ଅନ୍ୟ ଏକ ସ୍ଥାନ ରହିଛି ଜାପାନର ସୁଇସାଇଡ ଫରେଷ୍ଟ। ଏହି ଜଙ୍ଗଲରେ ୨୦୦୨ ମସିହାରେ ଏକା ସାଙ୍ଗରେ ୭୮ ଲୋକ ଆତ୍ମହତ୍ୟା କରିଥିଲେ। ପ୍ରାଚୀନ କଥା ଅନୁଯାୟୀ ଥରେ ଜାପାନର କିଛି ଲୋକ ନିଜ ଜୀବନ ଅତିବାହିତ କରିବା ପାଇଁ ଅସମର୍ଥ ଥିଲେ ଏଣୁ ତାଙ୍କୁ ଏହି ଜଙ୍ଗଲରେ ଛଡାଯାଇଥିଲା। କିନ୍ତୁ ସେଠାରେ ଖାଦ୍ୟଭାବରେ କିଛି ଦିନମଧ୍ୟରେ ସେମାନଙ୍କର ଦେହାନ୍ତ ହୋଇଯାଇଥିଲା। ଏଠାରେ ପ୍ରାୟତଃ ଲୋକଙ୍କ ହାଡକଙ୍କଳ ମଧ୍ୟ ମିଳିଥାଏ। ଏଣୁ ଜାପାନ ସରକାର ଏହାକୁ ସୁସାଇଡ ଫରେଷ୍ଟ ନାମରେ ନାମିତ କରିଥିଲେ। ଏଠାରେ ଏତେ ମାତ୍ରାରେ ଆତ୍ମହତ୍ୟା ହୋଇଥାଏ ଯେ ପ୍ରତିବର୍ଷ ସରକାରଙ୍କୁ ଏହାକୁ ସଫା କରିବା ପାଇଁ ଅଭିଯାନ କରିବା ପାଇଁ ପଡିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.