ଆସନ୍ତାକାଲି ପ୍ରକାଶ ପାଇବ ୨୦୨୦ର ICSE ଓ ISC ରେଜଲ୍‌ଟ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଆସିବ ଆଇସିଏସଇ ରେଜଲ୍‌ଟ । ୨୦୨୦ର ICSE ଓ ISC ଫଳ ପ୍ରକାଶ ପାଇବ । ଅପରାହ୍‌ଣ ୩ଟାରେ ୱେବସାଇଟରେ ରେଜ୍‌ଲଟ୍‌ ଉପଲବ୍‌ଧ ହେବ । www.icse.org ବା www.results.cisce.org ରେ  ଲଗଇନ କରି ରେଜଲ୍‌ଟା ଜାଣି ପାରିବେ ଛାତ୍ରଛାତ୍ରୀ । ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ରେଜଲ୍‌ଟ ଜାଣି ହେବ ।

ବାତିଲ ହୋଇଥିବା ବିଷୟ ପାଇଁ ସିବିଏସ୍‌ଇ ଭଳି ବିକଳ୍ପ ମୂଲ୍ୟାୟନ କରି ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରିବ ବୋଲି ଗତ ୨୬ ତାରିଖରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା CISCE । ପରେ ଜୁଲାଇ ୨ ତାରିଖରେ, ପ୍ରତିଶତ ଭିତ୍ତିରେ ମୂଲ୍ୟାୟନ କରିବାକୁ ବୋର୍ଡ କହିଥିଲା। ଲକଡାଉନ୍‌ ପାଇଁ ସିବିଏସ୍‌ଇ ଓ ଆଇସିଏସ୍‌ଇର କେତେକ ବିଷୟରେ ପରୀକ୍ଷା ହୋଇ ପାରି ନଥିଲା । ଆଇସିଏସ୍‌ଇ ରେଜଲ୍ଟ ସହ ଏବର୍ଷର ରେଜଲ୍‌ଟ ଋତୁ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.