Below header

ରାସ୍ତା ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ ନିକଟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ । ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଏକ ଛୋଟ ପୋଲ ଉପରକୁ ଚଢ଼ି ଯାଇଥିଲା । ଗାଡ଼ିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ନୀଳଗିରି (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ ନିକଟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ । ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଏକ ଛୋଟ ପୋଲ ଉପରକୁ ଚଢ଼ି ଯାଇଥିଲା । ଗାଡ଼ିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ଗତକାଲି ରାତି ୯ ଟାରେ ଭୁବନେଶ୍ୱରରୁ ବାରିପଦା ଭାୟା ଉଦଳା ପଟଦେଇ ଯାଉଥିବା ‘ବାସୁଦେବ’ ବସଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ଘନ କୁହୁଡି ଯୋଗୁ ଡ୍ରାଇଭର ରାସ୍ତା ଜାଣି ନ ପାରି ଡାହାଣ ପଟରେ ଏକ ଛୋଟ ପୋଲ ଉପରେ ଗାଡ଼ିକୁ ଚଢ଼ାଇ ଦେଇଥିଲେ ଫଳରେ ବସ୍‌ଟି ନିର୍ମାଣଧୀନ ନୂତନ ରାସ୍ତା ଉପରେ ଥିବା ପୋଲରେ ଝୁଲି ରହିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.