Below header

ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଅଭାବନୀୟ ଘଟଣା, ପାରିବାରିକ କଳହରୁ ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଟାଉନ (କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି । ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରଶାନ୍ତ ବିଶ୍ୱାଳ ଓ ପତ୍ନି ଚୁମୁକି ବିଶ୍ୱାଳଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ବିଳମ୍ବିତ ରାତ୍ରିରେ ଖାଇ ପିଇ ଶୋଇବା ପରେ ଉଭୟଙ୍କା ହଠାତ୍ ବାନ୍ତି ହୋଇଥିଲା ।

couple dead1

ସ୍ଥାନୀୟ ପଡୋଶୀଙ୍କ ସହାୟତାରେ ଅତି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୋଇବା ପରେ ଉଭୟ ବିଷ ପିଇ ଦେଇଥିବା ସନ୍ଦେହ କରାଯାଉଛି । ଏ ନେଇ ପୋଲିସ ଅଭିଯୋଗ ପାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ପ୍ରଶାନ୍ତଙ୍କର ଗୋଟିଏ ଦେଢ଼ ବର୍ଷର ଝିଅ ଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.