Below header

ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ସାମୁଦ୍ରିକ ଝଡ : ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ

ସମ୍ଭାବ୍ୟ ବାତ୍ୟାକୁ ନେଇ INCOIS ବା ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସଂସ୍ଥା ଓ IMDର ମିଳିତ ଭାବେ ଏକ ବୁଲେଟିନ୍‌ ପ୍ରସ୍ତୁତ କରିଛନ୍ତି । ଆସନ୍ତା ୧୮ ତାରିଖରେ ଉପକୂଳ ଓଡ଼ିଶାରେ ଖୁବ ଜୋରରେ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୧୮ରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାକୁ ୬୦ କିଲୋମିଟର ରହିବ । ସେହିପରି ୧୯ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୧୯ ତାରିଖରେ ଓଡ଼ିଶା ଉପକୂଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଏହି ସମୟରେ ଉଚ୍ଚ ଜୁଆର ମଧ୍ୟ ମାଡି ଆସିବ । ଓଡ଼ିଶା ଉପକୂଳ ଗୋପାଳପୁର ଓ ଚାନ୍ଦିପୁରରେ ୧୫ ତାରିଖ ୧୧ଟା ୩୦ରୁ ୧୯ ତାରିଖ ରାତି ୧୧ଟା ୩୦ ମଧ୍ୟରେ ୩ରୁ ୬ ମିଟର ଉଚ୍ଚତାର ଜୁଆର ମଧ୍ୟ ଉଠିବ ।

amphan

ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ଆଶଙ୍କା ରହିଛି । ଏହା ସହ ପୂର୍ବାନୁମାନ କରିଛନ୍ତିକି ଆମେରିକୀୟ ପାଣିପାଗ ସଂସ୍ଥାର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ଆସନ୍ତା ସପ୍ତାହରେ ଓଡ଼ିଶାରୁ ବାଂଲାଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ସେ ଆକଳନ କରିଛନ୍ତି । ପୂର୍ବରୁ ଫନି ବେଳେ ଜାସନ ନିକୋଲ୍‌ସଙ୍କ ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.