ଦିଲ୍ଲୀରେ ମଦ ଉପରେ ଲାଗିଥିବା ୭୦% କରୋନା ଟ୍ୟାକ୍ସକୁ ନେଇ କେଜ୍ରିୱାଲଙ୍କୁ ଜବାବ ମାଗିଲେ ହାଇକୋର୍ଟ

ନିକଟରେ ଆପଣ ଖବର ଶୁଣିଥିବେ ଯେ ଦିଲ୍ଲୀ କେଜ୍ରିୱାଲ ସରକାର ମଦ ଉପରେ ୭୦% କରୋନା ଟ୍ୟାକ୍ସ ଲଗାଇଥିଲେ। ଏହାପରେ ଚାରିଆଡେ ମଦ କ୍ରୟକୁ ନେଇ ନାନା ଆଲୋଚନା ହୋଇଥିଲା। ତେବେ ଏହାରି ଭିତରେ ଦିଲ୍ଲୀ ହାଇକୋର୍ଟ ମଦ ଉପରେ ୭୦ପ୍ରତିଶତ ଭାଟ ଲଗାଇବାକୁ ନେଇ କେଜ୍ରିୱାଲ ସରକାରଙ୍କୁ ଜବାବ ମାଗିଛି।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ନ୍ୟାୟାଧିସ ଡିଏନ ପଟେଲ ଏବଂ ଜଷ୍ଟିସ ହରି ଶଙ୍କରଙ୍କ ବେଞ୍ଚ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ୨୯ ମେ ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। କୋର୍ଟ ଏହା ଉପରେ କୌଣସି ପ୍ରକାର ରୋକ ଲଗାଇବ ନାହିଁ ବୋଲି ମନା କରିଦେଇଛି।

ସେହିପରି ଦିଲ୍ଲୀ ସରକାରଙ୍କ ସ୍ଥାୟୀ ଓକିଲ ରମେଶ ପ୍ରଶାସନ ତରଫରୁ ନୋଟିସକୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ଏହା ଉପରେ ବିସ୍ତୃତ ଜବାବ ଦାୟର କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦିଲ୍ଲୀ ସରକାର ୩ ମେରେ ୧୫୦ ସରକାର ମଦ ଦୋକାନ ଖୋଲିବା ପାଇଁ ମଞ୍ଜୁରୀ ଦେଇଥିଲେ କିନ୍ତୁ ଏହାର ଗୋଟିଏ ଦିନ ପରେ ସରକାର ମଦ ଉପରେ କରୋନା ଟ୍ୟାକ୍ସ ଲଗାଇଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.