Below header

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ଜାରି, ଏଯାଏ ମିଳୁନି ମୃତ ମହିଳାଙ୍କ ପରିଚୟ

ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ଜାରି । ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ତନାଘନା ଚଳାଇଛି । ମୃତ ମହିଳାଙ୍କ ପରିଚୟ ମିଳିନି । ସନ୍ଧାନୀ କୁକୁର ପ୍ରାୟ ଏକ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ କଟାମୁଣ୍ଡର କୌଣସି ସନ୍ଧାନ ମିଳିନି । ମହିଳାଙ୍କୁ କିଏ ଓ କାହିଁକି ଏପରି ନୃଶଂସ ଭାବେ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି ।

ମଦ ବୋତଲ, ଗ୍ଲୋବ୍‌ସ ଓ ବେଡସିଟ୍‌ ମଧ୍ୟ ଜବତ କରିଛି ପୋଲିସ । ମୃତ ମହିଳାଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହେବ । ତାଙ୍କ ହାତରେ ଏକ ଟାଟୁ ରହିଛି । ଟାଟୁରୁ ଜଣାପଡ଼ିବ ମହିଳାଙ୍କ ପରିଚୟ । ମହିଳାଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ତେବେ ମହିଳାଙ୍କୁ କିଏ କଲା ହତ୍ୟା ? କାହିଁକି ହତ୍ୟା କରାଗଲା? ମୁଣ୍ଡ କାଟିବାର କାରଣ କ’ଣ ହୋଇଥାଇପାରେ ? ଏସବୁ ଦିଗରେ ତଦନ୍ତ ଚଳାଇଛି ପୋଲିସ । ସିସିଟିଭି କ୍ୟାମେରା କୌଣସି ସୁରାକ୍‌ ମିଳିପାରେ । ପାଖରେ ଥିବା ବାୟୋଟେକ୍‌ ପାର୍କରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ନିଖୋଜ ରିପୋର୍ଟ ଦେଇଥିବା ୩ ଜଣ ବ୍ୟକ୍ତି ମୃତଦେହ ଦେଖିଛନ୍ତି । ତଥାପି ମହିଳାଙ୍କ ପରିଚୟ ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.