Below header

ସ୍ତ୍ରୀର ଦଶାହରେ ସ୍ୱାମୀ ମୃତ୍ୟୁ ଘଟଣା, ଦୁଇ ପିଲାଙ୍କ ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ

ଭଦ୍ରକ (କେନ୍ୟୁଜ): ସ୍ତ୍ରୀ ପଛେ ପଛେ ଚାଲିଗଲେ ସ୍ୱାମୀ। ସୁଖର ସଂସାର ଗଢିବା ପାଇଁ ଉଭୟ ସାଥି ହୋଇ ହାତ ଧରିଥିଲେ। ଏବେ ସ୍ତ୍ରୀ ର ମୃତ୍ୟୁ ହେବାର ଦଶ ଦିନରେ ସ୍ୱାମୀ ଙ୍କର ମଧ୍ଯ ମୃତ୍ୟୁ ହୋଇଛି। ବାପା ମାଆଙ୍କୁ ହରାଇ ଦୁଇ ଅନାଥ ଶିଶୁ ବାହୁନି ବାହୁନି କାନ୍ଦୁଛନ୍ତି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତରେ । ଅନାଥ ହୋଇଯାଇଛନ୍ତି ଦୁଇ ପିଲା । ଏହି ଘଟଣା ସମ୍ପୃକ୍ତ ଅଂଚଳ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି

ତେବେ ସ୍ୱାମୀ ଡ୍ରାଇଭିଂ କରି ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ଘର ଚାଲୁଥିଲା । ଝିଅ ଓ ପୁଅ ଙ୍କ ସହ ସ୍ତ୍ରୀ ଙ୍କ ଚିକିତ୍ସା ପାଇଁ ଯଥା ସାଧ୍ୟ ଖର୍ଚ୍ଚ କରୁଥିଲେ। ଏହା ମଧ୍ୟ ରେ ସେ ମଧ୍ୟ ରୋଗ ଗ୍ରସ୍ଥ ହେଲେ । ଶେଷ ରେ ଅଗଷ୍ଟ ମାସ ୨୪ ତାରିଖ ରେ ସ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଥିଲା । ଆଜି ଦଶାହ କର୍ମ ପାଇଁ ସମସ୍ତେ ଘାଟ ରେ ଥିବା ବେଳେ ସ୍ୱାମୀ ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ଅଧିନ ପେଡାସାହି ଗ୍ରାମରେ । ନରହରି ପେଡା ପେଷାରେ ଡ୍ରାଇଭର । ପ୍ରାୟ ଦୁଇବର୍ଷ ତଳେ ସ୍ତ୍ରୀ ଇତିଶ୍ରୀ ମଧ୍ୟ ଟିବି ରୋଗ ରେ ଆକ୍ରାନ୍ତ ହେଲେ କିନ୍ତୁ ବହୁ ଚିକିତ୍ସା ପରେ ଅଗଷ୍ଟ ମାସ ୨୪ ତାରିଖ ରେ ଇତିଶ୍ରୀ ଙ୍କର ମୃତ୍ୟୁ ହୋଇଥିଲା । ଆଜି ପରିବାର ଲୋକେ ଦଶାହ କର୍ମ ପାଇଁ ଘାଟ ରେ ଥିବା ବେଳେ ନରହରିଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ସ୍ତ୍ରୀ ର ମୃତ୍ୟୁ, ପରେ ସ୍ୱାମୀ ର ମୃତ୍ୟୁ ହେବା ଘଟଣାରେ ଗ୍ରାମବାସୀ ଅବାକ ହୋଇଯାଇଛନ୍ତି । ବାପା ମାଆ ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ଦୁଇ ପିଲା ।

ଅନ୍ୟପଟେ ରୋଗରେ ଆକ୍ରାନ୍ତ ହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ୧୦ ଦିନ ବ୍ୟବଧାନ ରେ ଦୁନିଆ ରୁ ବିଦାୟ ନେଇଛନ୍ତି । ଗାଁ ଦାଣ୍ଡ ରେ କୋକେଇ ବନ୍ଧା ହୋଇଛି । ନରହରି ଙ୍କୁ ମଶାଣି କୁ ନେବା ରେଡ଼କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଆଶ୍ରମ ସ୍କୁଲ ରେ ଦୁଇ ପିଲା ଙ୍କ ଥଇଥାନ ସହ ପାଠ ପଢା ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଦୁଇ ପିଲା ଙ୍କର ସୁବିଧା ଅସୁବିଧା ବୁଝିବା ସହ ସମସ୍ତ ଦାୟିତ୍ୱ ବହନ କରିବ ଭଦ୍ରକ ଜିଲ୍ଲା ପ୍ରଶାସନ । ଜ଼ିଲ୍ଲା ମଙ୍ଗଳ ଅଧିକାରୀ ମଧ୍ଯ ଉକ୍ତ ଘଟଣାରେ ଗାଁ କୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.