ଫାର୍ମ ହାଉସ୍‌ କରିବେ ବିରାଟ କୋହଲି ଓ ଅନୁଷ୍କା ଶର୍ମା; ମୁମ୍ବାଇର ପଶ୍‌ ଆଲିବାଗ୍‌ ଅଞ୍ଚଳରେ କିଣିଲେ ୮ ଏକର ଜମି!

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି ମୁମ୍ବାଇର ଆଲିବାଗରେ ଏକ ଫାର୍ମ ହାଉସ ପାଇଁ ୮ ଏକର ଜମି କିଣିଛନ୍ତି। ଏହି ଜମି ଆଲିବାଗର ଜିରାଡ଼ ଅଞ୍ଚଳରେ ରହିଛି। ରିପୋର୍ଟ ମୁତାବକ, ଗଣେଶ ପୂଜା ଦିନ ଏହି ଚୁକ୍ତି ହୋଇଛି।

ସମ୍ପତ୍ତି ପାଇଁ ଦମ୍ପତି ମୋଟ ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା ଦେଇଛନ୍ତି, ସେଥିରୁ ୧ କୋଟି ୧୫ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଛି। ଏହା ବ୍ୟତୀତ ସରକାରୀ ଟ୍ରେଜେରୀରେ ଷ୍ଟାମ୍ପ ଡ୍ୟୁଟି ୩ ଲକ୍ଷ ୩୫ ହଜାର ଟଙ୍କା ମଧ୍ୟ ଜମା କରାଯାଇଛି। ଏହା ଜଣାଶୁଣା ରିୟଲ୍‌ ଇଷ୍ଟେଟ୍ ଫାର୍ମ ‘ସମୀରା ହାବିଟାଟ୍ସ’ ଜରିଆରେ ହୋଇଛି।

କହି ରଖୁଛୁ, ବିରାଟ କୋହଲି ବର୍ତ୍ତମାନ ଏସିଆ କପରେ ଭାଗ ନେବା ପାଇଁ ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କ ସହ ଦୁବାଇ ଯାଇଛନ୍ତି। ତେଣୁ ଜମି ଚୁକ୍ତି ପାଇଁ ପୂର୍ବରୁ ହିଁ ଗଣେଶ ପୂଜା ତାରିଖ ସ୍ଥିର କରାଯାଇଥିଲା। ଏହି ଦିନ ବିରାଟଙ୍କ ସାନ ଭାଇ ବିକାଶ କୋହଲି ପାୱାର୍ ଅଫ୍ ଅଟାର୍ନି ଏବଂ ଡିଲ୍ ସହ ଜଡ଼ିତ ସମସ୍ତ ଔପଚାରିକତା ପୂରଣ କରିଥିଲେ। କୁହାଯାଉଛି ଯେ ବିରାଟ ଓ ଅନୁଷ୍କା ପାଖାପାଖି ୬ ମାସ ପୂର୍ବେ ଏହି ସମ୍ପତ୍ତି ଦେଖିଥିଲେ, ଯାହା କି ସେମାନଙ୍କୁ ପସନ୍ଦ ଆସିଥିଲା।

ରିପୋର୍ଟ ମୁତାବକ, ଦୁହେଁ ଏହି ୮ ଏକର ଜମିରେ ଏକ ଫାର୍ମ ହାଉସ୍ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୀର୍ଘ ଦିନରୁ ଉଭୟ ଏଥିପାଇଁ ଜମି ଖୋଜୁଥିଲେ। କହି ରଖୁଛୁ କି, ଆଲିବାଗ ମୁମ୍ବାଇର ସବୁଠୁ ପଶ୍‌ ଅଞ୍ଚଳ ମଧ୍ୟରୁ ଅନ୍ୟତମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.