Below header

ଚଳିତ ମାସ ବିଦ୍ୟୁତ୍ ମିଟର ରିଡିଂ ହୋଇପାରୁ ନାହିଁ, ପୁରୁଣା ମାସ ଅନୁସାରେ ବିଲ୍ ଦେବେ ଉପଭୋକ୍ତା: TPCODL

ଚଳିତ ମାସ ବିଦ୍ୟୁତ ମିଟର ରିଡିଂ ହୋଇପାରୁ ନାହିଁ। ତେଣୁ ଉପଭୋକ୍ତାଙ୍କୁ ଗତ ୩ ମାସର ବିଲକୁ ଆଧାର କରି ହାରାହାରି ଅସ୍ଥାୟୀ ବିଲ ଦିଆଯାଉଛି । ତେବେ ମାର୍ଚ୍ଚ ମାସ ଠାରୁ ପୂର୍ବ ଭଳି ମିଟର ରିଡିଂ ଅନୁସାରେ ବିଲ୍ ନିୟମିତ କରାଯିବ ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଚଳିତ ମାସ ବିଦ୍ୟୁତ ମିଟର ରିଡିଂ ହୋଇପାରୁ ନାହିଁ। ତେଣୁ ଉପଭୋକ୍ତାଙ୍କୁ ଗତ ୩ ମାସର ବିଲକୁ ଆଧାର କରି ହାରାହାରି ଅସ୍ଥାୟୀ ବିଲ ଦିଆଯାଉଛି । ତେବେ ମାର୍ଚ୍ଚ ମାସ ଠାରୁ ପୂର୍ବ ଭଳି ମିଟର ରିଡିଂ ଅନୁସାରେ ବିଲ୍ ନିୟମିତ କରାଯିବ ବୋଲି ଟିପିସିଓଡିଏଲ(TPCODL ) ପକ୍ଷରୁ ସୂଚନା ଦିଆଯାଇଛି ।

ଗ୍ରାହକମାନେ ଅନଲାଇନରେ କିମ୍ବା ନିକଟସ୍ଥ ଟିପିସିଓଡିଏଲର ଗ୍ରାହକ ସେବା କେନ୍ଦ୍ର ଅଥବା ଟିପିସିଓଡିଏଲର ଅଫିସରେ ନିଜର ବିଦ୍ୟୁତ ବିଲ ପୈଠ କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ଉପଭୋକ୍ତାମାନେ ମିତ୍ର ଆପ୍, ପେଟିଏମ୍, ଅମାଜନ ପେ, ଫୋନପେ, ଗୁଗଲ ପେ, ଏୟରଟେଲ ପେମେଣ୍ଟସ ବ୍ୟାଙ୍କ ଭଳି ଅନଲାଇନ ମାଧ୍ୟମରେ ବିଦ୍ୟୁତ ଦେୟ ପଇଠ କରି ରିହାତି ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.