ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ତିନି ଜଣଙ୍କର ଗଲା ପ୍ରାଣ, ୩ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩ ମୃତ, ୩ ଗୁରୁତର। ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦ୍ରାପଡ଼ା ଗଣ୍ଡଖିଆ ରାସ୍ତା ଓସ୍ତପୁର ନିକଟରେ ଦୁର୍ଘଟଣା ଘଟିଛି। ଗାଡ଼ିଟି ନାରାୟଣପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବାବେଳେ ଗଛରେ ପିଟି ହୋଇଯାଇଥିଲା ।

କେନ୍ଦ୍ରାପଡ଼ା (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩ ମୃତ, ୩ ଗୁରୁତର। ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦ୍ରାପଡ଼ା ଗଣ୍ଡଖିଆ ରାସ୍ତା ଓସ୍ତପୁର ନିକଟରେ ଦୁର୍ଘଟଣା ଘଟିଛି। ଗାଡ଼ିଟି ନାରାୟଣପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବାବେଳେ ଗଛରେ ପିଟି ହୋଇଯାଇଥିଲା ।

ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ୩ ଜଣ ମହିଳା ହୋଇଥିବା ସୂଚନା । ତିନି ଆହତଙ୍କ ମଧ୍ୟରୁ ଦୁଇ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଯାତ୍ରା କଳାକାର ବୋଲି ସୂଚନା ମିଳିଛି । ଡ୍ରାମା ରିହରସଲ ସାରି ଘରକୁ ଫେରୁଥିଲେ । ଗାଡ଼ିରେ ଡ୍ରାଇଭର ସମେତ ୫ ମହିଳା ଓ ଦୁଇ ପୁରୁଷ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.