Below header

ପାଣି ପିଇବାକୁ ଆସି ଖାଲରେ ପଡ଼ିଲା ଦନ୍ତା : ଜେସିବି ମେସିନ ଦ୍ୱାରା ହାତୀକୁ କରାଗଲା ଉଦ୍ଧାର

ପାଣି ପିଇବାକୁ ଆସି ଖାଲରେ ପଡ଼ିଲା ଦନ୍ତା । ବାଲେଶ୍ୱର ଜିଲ୍ଲା କୁଳଢିଆ ଅଭୟାରଣ୍ୟ ଅଂଚଳର ଗଡସାହି ଗାଁରେ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଔପଦା ବ୍ଲକ୍‌ ପଶ୍ଚିମାଠାକୁରାଣୀ ଠାରେ ପାଣି ପିଇବାକୁ ଆସି ଖାଲରେ ପଡ଼ି ଯାଇଥିଲା ଦନ୍ତା ।

ବାଲେଶ୍ୱର (କେନ୍ୟୁଜ): ପାଣି ପିଇବାକୁ ଆସି ଖାଲରେ ପଡ଼ିଲା ଦନ୍ତା । ବାଲେଶ୍ୱର ଜିଲ୍ଲା କୁଳଢିଆ ଅଭୟାରଣ୍ୟ ଅଂଚଳର ଗଡସାହି ଗାଁରେ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଔପଦା ବ୍ଲକ୍‌ ପଶ୍ଚିମାଠାକୁରାଣୀ ଠାରେ ପାଣି ପିଇବାକୁ ଆସି ଖାଲରେ ପଡ଼ି ଯାଇଥିଲା ଦନ୍ତା । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ କରିଥିଲା । ଜେସିବି ଦ୍ୱାରା ଖାଲରୁ ରାସ୍ତା ବାହାର କରି ହାତୀକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଦନ୍ତା ଜଙ୍ଗଲକୁ ପଳାଇଛି ।

ସୂଚନା ଅନୁଯାୟୀ ଦେବଗିରିପାହାଡରୁ ଅନେକ ହାତୀ ସନ୍ଧ୍ୟା ନଇଁଲେ ଜନବସତି ମୁହାଁ ହେଉଛନ୍ତି । ହାତୀ ପଲ ସହ ଆସିବା ବେଳେ ଦାନ୍ତ ହାତୀ ଖାଲରେ ପଡିଯାଇଥିଲା । ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହେବା ପରେ ହାତୀ ପଲ ଚାଲିଯାଇଥିବା ଅନୁମାନ କରାଯାଇଛି । ରାତି ସାରା ଅଣଓସାରିଆ ଖାଲରେ ବନ୍ଦୀ ହେବା ପରେ ସକାଳ ହାତୀକୁ ଜେସିବି ମେସିନ ଜରିଆରେ ଉଦ୍ଧାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.