କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୩ ଗୁରୁତର

କର୍ଣ୍ଣାଟକର ୟାଦାଗିରି ଜିଲ୍ଲାରେ ମଙ୍ଗଳବାର ଭୋର ୪ଟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୁରୁତର ଆହତ ହୋଇଛନ୍ତି ।

କର୍ଣ୍ଣାଟକର ୟାଦାଗିରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା କ୍ରୁଜର । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ମରିଥିବା ସମସ୍ତ ଲୋକ ଆନ୍ଧ୍ର ଜିଲ୍ଲାର ବେଲାଗୋଡୁ ଗାଁ ର ବୋଲି ଜଣାପଡିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, କର୍ଣ୍ଣାଟକର ୟାଦାଗିରି ଜିଲ୍ଲାରେ ବାଲିଚକ୍ର ଠାରେ ମଙ୍ଗଳବାର ଭୋର ୪ଟା ସମୟରେ ଦୁର୍ଘଟଣା ହୋଇଛି । ୧୮ ଜଣ ଲୋକଙ୍କୁ ନେଇ ଯାଉଥିବା କ୍ରୁଜର ଠିଆ ହୋଇଥିବା ଟ୍ରକକୁ ପିଟିଥିଲା । ଫଳରେ ୫ ଜଣ ମରିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଭୀଷଣ ସଡ଼କ ଦୁର୍ଘଟଣା ସୂଚନା ମିଳିବା ପରେ ୟାଦାଗିରିର ଡେପୁଟି ଏସପି ବସବେଶ୍ବର ଏବଂ ସୈଦାପୁର ପୋଲିସ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ପ୍ରାଥମିକ ଉପଚାର ପାଇଁ ରାୟଚୁର ହସପିଟାଲରକୁ ସ୍ତାନାନ୍ତର କରିଥିଲେ । ଏବେ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି । ଏମାନେ ସମସ୍ତେ ଖ୍ବାଜା ବନ୍ଦେନୱାଜ ଉର୍ସରେ ସାମିଲ ହେବା ପାଇଁ କର୍ଣ୍ଣାଟକରୁ ଯାଉଥିଲେ ।

ସୂଚନାଯୋଗ୍ୟ, ସୋମବାର ଦିନ ଏକ କେନାଲରେ ଟ୍ରାକ୍ଟର ଟ୍ରଲି ଓଲଟି ପଡିବାରୁ ୭ ଜଣ ମରିଥିବା ବେଳେ ୪ ଜଣ ଆହତ ହୋଇଥିଲେ । ପୋଲିସ କହିବାକୁ ମୁତାବକ, ୧୮ ଜଣ ଲୋକ ଗ୍ରୁପ ହୋଇ ଏକ ପାରିବାରିକ ସମାରୋହରେ ସାମିଲ ହେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.