ବାହାନଗା ଟ୍ରେନ ଟ୍ରାଜେଡି: ଚାଲିଛି ମରାମତି କାର୍ଯ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ

ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି।ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇଛି।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି।ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପାଇଁ ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ଡଳ ଓ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ୍ କରାଯାଇଛି।

ସେହିପରି ଆସନ୍ତାକାଲି ପାଇଁ ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ବାତିଲ କରାଯାଇଛି । ରିଷିକେଶ-ପୁରୀ ଏକ୍ସପ୍ରେସ ଭାୟା ଇବ୍-ଝାରସୁଗୁଡା ରୋଡ୍ ଦେଇ ଯିବ।

ଗତକାଲି ମାଲବାହୀ ସମେତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଥିଲା । ସେପଟେ ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ ଓ ତଦନ୍ତ କରୁଛି ସିବିଆଇ ଟିମ୍‌ । ଗତକାଲି ସିବିଆଇ ଟିମ୍‌ ତଥ୍ୟ ସଂଗ୍ରହ କରିଥିଲା । ପ୍ରାଥମିକ ତଦନ୍ତରୁ ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ଦିଗ ସାମନାକୁ ଆସିଛି । ଏଦିଗରେ ତଦନ୍ତ କରିବ ସିବିଆଇ । ଦୁର୍ଘଟଣାର କାରଣ ଓ କିଏ ଦାୟୀ ସେମାନଙ୍କୁ ଧରିବ ସିବିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.