ଜଙ୍କଫୁଡକୁ ନେଇ ଆଉ ଚଳିବନି ଦୋକାନୀଙ୍କ ମନମାନି, ସରକାର ଆଣିବେ ଗାଇଡ୍‌ଲାଇନ୍‌

ମାର୍କେଟରେ ମିଳୁଥିବା ରେଡି ଟୁ ଇଟ୍‌ ଫୁଡ୍‌କୁ ନେଇ ସରକାର ଆଣିବେ ଗାଇଡଲାଇନ । ଦେକାନୀ ଆଉ ଚଳାଇପାରିବେନି ମନମାନି । ସ୍ୟାଣ୍ଡୱିଚ, ବର୍ଗର, ପେଟିଜ, କ୍ରିମ୍‌ ରୋଲ ରାପ୍‌ ଉପରେ ଲେଖାଯିବ ଏକ୍ସପାଏରୀ ତାରିଖ ।

ଆଜିକାଲି ସମସ୍ତେ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରୁଛନ୍ତି । ପିଲା ହୁଅନ୍ତୁ ଅବା ଯୁବପିଢି  ସମସ୍ତେ ବାହାର ଖାଇବାକୁ ପସନ୍ଦ କରୁଛନ୍ତି । ବଜାରରେ ମିଳୁଥିବା ରେଡି ଟୁ ଇଟ୍‌ ଫୁଡ୍‌ କେତେ ବେଳେ ଆଉ କେମିତି ପ୍ରସ୍ତୁତ ହେଉଛି, ତାହା ଆମେ ଜାଣିନାହୁଁ । ସ୍ୟାଣ୍ଡୱିଚ, ବର୍ଗର, କ୍ରିମ ରୋଲ୍‌ କେତେ ବେଳେ ତିଆରି ହୋଇଥାଏ, ତାହା ଜଣେ ଗ୍ରାହକକୁ ଜଣାନାହିଁ । ତେଣୁ ଏମିତି ସବୁ ଖାଇବା ଉପରେ ସରକାର ଏକ ଗାଇଡଲାଇନ ଆଣିବାକୁ ଯାଉଛନ୍ତି ।

ଏବେ ଆଉ ଦୋକାନବାଲାଙ୍କ ମନମାନି ଚଳିବ ନାହିଁ । FSSAI ଏକ ନୂଆ ଗାଇଡଲାଇନ ଆଣିବାକୁ ଯାଉଛି । ଯାହା ଅନୁସାରେ ବଜାରରେ ମିଳୁଥିବା ରେଡି ଟୁ ଇଟ୍‌ ଫୁଡ୍‌ ଯେପରିକି ସ୍ୟାଣ୍ଡୱିଚ, ବର୍ଗର, ପେଟିଜ୍‌ ପ୍ଲାଷ୍ଟିକ ଫଏଲରେ ରାପ୍‌ ହେବା ପରେ ତା ଉପରେ ତାରିଖ ଲେଖିବା ଜରୁରୀ  ବୋଲି କହିଛି  ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ । ଏହି ନିୟମ ଲାଗୁ ହେବା ପରେ ଏହିସବୁ ଖାଦ୍ୟ କେବେ ତିଆରି ହୋହଇଛି, ତା’ ଉପରେ ଖାଦ୍ୟ ପ୍ରସ୍ତୁତି ହେବାର ତାରିଖ, କେଉଁ ପଦାର୍ଥ ବ୍ୟବହାର କରାଯାଇଛି ଏବଂ କେଉଁ ତାରିଖ ପୂର୍ବରୁ ବ୍ୟବହାର କରିବେ ଲେଖିବାକୁ ବାଧ୍ୟ ହେବ ପ୍ରସ୍ତୁତକାରୀ ।

ଖବର ମୁତାବକ, FSSAI ପାଖରେ ଦୀର୍ଘ ବର୍ଷରୁ ଏହାକୁ ନେଇ ଅଭିଯୋଗ ହେଉଥିଲା । କିଛି ଦୋକାନୀ ଗ୍ରାହକଙ୍କୁ ଏହିସବୁ ରେଡି ଟୁ ଇଟ୍‌ ଫୁଡ୍‌ ସତେଜ ଥିବା କହି ବିକ୍ରି କରିଦେଉଥିଲେ । ଅନେକ ଥର FSSAI ଚଢାଉ କରି ମଧ୍ୟ ବାସି ଖାଦ୍ୟ ପାଇଥିଲା । ତେବେ ଏହିସବୁ ଖାଦ୍ୟର କ୍ବାଲିଟି ଜାଣିବା ପାଇଁ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ।

ସୂଚନାଯୋଗ୍ୟ, ଜର୍ନାଲ ଅଫ ମେଡିକାଲ ସାଇନ୍ସ ମୁତାବକ, ଭାରତରେ ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ଲୋକ ଖରାପ ଖାଇବା ଏବଂ ପିଇବା ଯୋଗୁଁ ମରୁଛନ୍ତି । ଏହି ମାମଲାରେ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.