ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏହି ପେନସିଲ ଖାସ ହେବାର କାରଣ ହେଉଛି ଏହା ହିଟଲରଙ୍କ ପେନସିଲ । ଏହା ତାଙ୍କ ପ୍ରେମିକା ଇବା ବ୍ରାନ ତାଙ୍କୁ ଉପହାର ଦେଇଥିବାରୁ ଏହାର ମୂଲ୍ୟ ଏତେ ଅଧିକ ରହିଛି । ହିଟଲରଙ୍କ ୫୨ତମ ଜନ୍ମ ଦିବସରେ ଇବା ଏହି ପେନସିଲ ଉପହାର ସ୍ୱରୂପ ଦେଇଥିଲେ । ଏହି ପେନସିଲ ଚାନ୍ଦିରେ ନିର୍ମିତ ।

(କେନ୍ୟୁଜ ବ୍ୟୁରୋ): ଇତିହାସ ର ଶାସକମାନଙ୍କ ମଧ୍ୟରେ ଆଡଲଫ ହିଟଲର ହେଉଛନ୍ତି ଅନ୍ୟତମ । ତାଙ୍କ ଶାସନ ସମୟର ଅନେକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । କିନ୍ତୁ ଅନେକ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ଏବଂ ହିଟଲରଙ୍କ କୌଣସି ସାମଗ୍ରୀ ନିଲାମ ହେଲେ ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗେ । ଯାହା କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଗତ ବର୍ଷ ହିଟଲରଙ୍କ ଘଣ୍ଟା ନିଲାମ ହୋଇଥିଲା । ଏହାର ଚର୍ଚ୍ଚା ହେବା ସହ ଅନେକ ଦେଶରେ ଏହାକୁ ବିରୋଧ କରାଯାଇଥିଲା । ତେବେ ବର୍ତ୍ତମାନ ହିଟଲରଙ୍କ ଏକ ଚାନ୍ଦି ପେନସିଲ ନିଲାମ ହେବାକୁ ଯାଉଛି ।

ନିଲାମ ହେବାକୁ ଥିବା ଏହି ଚାନ୍ଦି ପେନସିଲଟି ହିଟଲରଙ୍କୁ ତାଙ୍କ ପ୍ରେମିକା ଉପହାର ଦେଇଥିବା କୁହାଯାଉଛି । ଅନ୍ୟପଟେ ଏହି ପେନସିଲର ମୂଲ୍ୟ ୮୦ ଲକ୍ଷ ରୁ ଏକ କୋଟି ମଧ୍ୟରେ କିଣା ଯାଇ ପାରିବ । ତେବେ ଏହି ପେନସିଲରେ ଏପରି କଣ ଖାସ ରହିଛି ଆପଣ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବେ ।

ଏହି ପେନସିଲ ଖାସ ହେବାର କାରଣ ହେଉଛି ଏହା ହିଟଲରଙ୍କ ପେନସିଲ । ଏହା ତାଙ୍କ ପ୍ରେମିକା ଇବା ବ୍ରାନ ତାଙ୍କୁ ଉପହାର ଦେଇଥିବାରୁ ଏହାର ମୂଲ୍ୟ ଏତେ ଅଧିକ ରହିଛି । ସୂଚନା ଅନୁସାରେ ହିଟଲରଙ୍କ ୫୨ତମ ଜନ୍ମ ଦିବସରେ ଇବା ଏହି ପେନସିଲ ଉପହାର ସ୍ୱରୂପ ଦେଇଥିଲେ । ଏହି ପେନସିଲ ଚାନ୍ଦିରେ ନିର୍ମିତ । ଏହି ପେନସିଲରେ ଏଏଚ ଲେଖାଯାଇଛି, ଯାହା ହିଟଲରଙ୍କ ଅନ୍ୟ ସମସ୍ତ ସାମଗ୍ରୀରେ ମଧ୍ୟ ଲେଖାଯାଇଛି । ଏହା ପୂର୍ବରୁ ନିଲାମ ହୋଇଥିବା ଘଣ୍ଟାରେ ମଧ୍ୟ ହିଟଲରଙ୍କ ଏହି ଚିହ୍ନ ରହିଥିଲା । ପେନସିଲ ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ନିଲାମ ହେବାର ସୂଚନା ରହିଛି ।

ଆୟରଲ୍ୟାଣ୍ଡରେ ଏହି ନିଲାମ ହେବାକୁ ଯାଉଛି । ବ୍ଲୁମଫିଲ୍ଡ ତରଫରୁ ଏହି ପଦକ୍ଷେପ ନିଆଯାଉଛି । ନିଲାମ ପରେ ହିଁ ଜଣା ପଡ଼ିବ ଏହା କେତେ ମୂଲ୍ୟରେ ବିକ୍ରି ହେବ । ବର୍ତ୍ତମାନ ସୁଦ୍ଧା ଏହା ୮୦ହଜାର ପାଉଣ୍ଡ ଅର୍ଥାତ ୮୦ ଲକ୍ଷ ଟଙ୍କା ରଖାଯାଇଛି । ତେବେ ପୂର୍ବରୁ ହିଟଲରଙ୍କ ସୁନା ଘଣ୍ଟା ୧.୧ ମିଲିଅନ ଡଲାରରେ ନିଲାମ ହୋଇଥିଲା । ୧୯୩୩ ମସିହାରେ ଜର୍ମାନୀର ଚାନ୍ସଲର ହେବା ପରେ ଏହି ଘଣ୍ଟା ତାଙ୍କୁ ଉପହାର ସ୍ୱରୂପ ଦିଆ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.