Below header

ପାରିବାରିକ କଳହ ନେଲା ମୁଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ

ବାପାକୁ ହତ୍ୟା କଲା ପୁଅ । ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ପିଟିପିଟି ହତ୍ୟା କରିଛି ପୁଅ । ସମ୍ବଲପୁର ସଦର ଥାନା ଘେନୁପାଲି ସ୍ଥିତ ସହରାପଡା ଅଞ୍ଚଳରେ ଅଭାବନୀୟ ଘଟଣା। ମୃତକ ସହରାପଡା ଅଞ୍ଚଳର ଲିଙ୍ଗରାଜ କୁମରା ।

ସମ୍ବଲପୁର (କେନ୍ୟୁଜ): ବାପାକୁ ହତ୍ୟା କଲା ପୁଅ । ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ପିଟିପିଟି ହତ୍ୟା କରିଛି ପୁଅ । ସମ୍ବଲପୁର ସଦର ଥାନା ଘେନୁପାଲି ସ୍ଥିତ ସହରାପଡା ଅଞ୍ଚଳରେ ଅଭାବନୀୟ ଘଟଣା। ମୃତକ ସହରାପଡା ଅଞ୍ଚଳର ଲିଙ୍ଗରାଜ କୁମରା ।

ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜଙ୍କ ତାଙ୍କ ପୁଅ ସହ କୌଣସି କାରଣରୁ ଝଗଡା ହୋଇଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବା ପରେ ପୁଅ ଆଦିତ୍ୟ ଲିଙ୍ଗରାଜଙ୍କୁ ଏକ ବାଡିରେ ଲିଙ୍ଗରାଜଙ୍କୁ ମାରିଥିଲେ । ଘଟଣାସ୍ଥଳରେ ହିଁ ଲିଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ପଡୋଶୀ ଜାଣିବା ପରେ ଘେନୁପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରି ଅଭିଯୁକ୍ତ ପୁଅ ଆଦିତ୍ୟକୁ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.