Below header

ମନ୍ତ୍ରଧ୍ୱନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ, ମେଳାର ବେଶ ମଜା ନେଉଛନ୍ତି ଜନସାଧାରଣ

ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମୀ ଅଞ୍ଚଳ ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବାବେଳେ କୁମ୍ଭମେଳା ଏବେ ଖୁବ ଭିଡ଼ ଜମୁଛି ।

ମନ୍ତ୍ରଧ୍ୱନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମୀ ଅଞ୍ଚଳ ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବାବେଳେ କୁମ୍ଭମେଳା ଏବେ ଖୁବ ଭିଡ଼ ଜମୁଛି । ଆଜି ପଞ୍ଚମ ଦିନରେ ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆରେ ପ୍ରବଳ ଜନସମାଗମ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶତାଧିକ ସାଧୁସନ୍ଥ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରି ଡେରା ପକାଇଥିବାବେଳେ ପବିତ୍ର ମାଘମେଳାର ପଞ୍ଚମ ଦିନରେ ମନ୍ତ୍ରଧନ୍ବି, ପାରାୟଣ ପ୍ରବଚନ, ଭଜନ କୀର୍ତ୍ତନରେ ଖଣ୍ଡଗିରି କମ୍ପୁଛି ।

ଗୋଟେ ପଟେ ଐତିହାସିକ କୁମ୍ଭ ମେଳାରେ ମନ୍ତ୍ରଧ୍ୱନିରେ ଗଗନପବନ ମୁଖରିତ ହେଉଥିବା ବେଳେ ଟ୍ରାଫିକ ଛକରୁ ଚାରିଛକ ପର୍ଯ୍ୟନ୍ତ ବାଏ ଓ୍ବାନ୍ ଗେଟ୍ ଓ୍ବାନ ହରେକ୍ ମାଲ ଡ଼ାକରେ ପଡ଼ୁଛି ଉଠୁଛି । ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଅସ୍ଥାୟୀ ବ୍ୟବସ୍ଥାୟୀଙ୍କ ବ୍ୟବସାୟ ପାଇଁ ବ୍ୟବସ୍ଥିତ କରାଯାଇଛି । ମେଳା ପରିସରରେ ଭିଡ଼ ସାଙ୍ଗକୁ ଭଲ ବେପାର ହୋଉଥିବାର ନଜରକୁ ଆସିଛି । ଏହି ମେଳାର ବେଶ ମଜା ନେଉଛନ୍ତି ଜନସାଧାରଣ । ସକାଳୁ ହିଁ ସାଧୁସନ୍ଥଙ୍କୁ ଭେଟିବାକୁ ଜନସାଧାରଙ୍କ ଭିଡ଼ ଆରମ୍ଭ ହୋଇଥିଲା । ଅପରାହ୍ନରେ ଖଣ୍ଡଗିରି ଛକରୁ ମୁଣ୍ଡିଆ ଯାଏ ଅଖ ଚକ ଭିଡ଼ ହୋଇଥିବା ପରିଲିକ୍ଷିତ ହୋଇଛି ।

ବିଳମ୍ବିତ ରାତ୍ରୀ ଯାଏଁ ଭକ୍ତମାନେ ବାରଭୂଜା ପୀଠରେ ରାମଚରିତ ମାନସ ପାଠ ଶୁଣିଥିବା ବେଳେ ଉଦୟଗିରି ରାଣୀ ଗୁମ୍ଫା ଓ ହସ୍ତୀ ଗୁମ୍ଫାର ରାତିର ଦୃଶ୍ୟ ଲୋକଙ୍କୁ ଖୁବ ଆକୃଷ୍ଟ କରୁଛି । ସେହିପରି ରଙ୍ଗୀନ ଆଲୋକରେ ସଜ୍ଜିତ ଖଣ୍ଡଗିରି ଉଦୟଗିରି ସହ ଗୁମ୍ଫା ବେଶ୍ ସୁନ୍ଦର ଲାଗୁଛି । ସେପଟେ ଆଜିଠାରୁ ଖଣ୍ଡଗିରିରେ ଯାତ୍ରା ମହାସମର ଦେଖିବାକୁ ମିଳିବ । ୧୮ ରୁ ଏହି ମହାସମାର ଆରମ୍ଭ ହୋଇ ୨୯ ତାରିଖ ଯାଏ ଅର୍ଥାତ୍ ୧୨ ଦିନ ଯାଏ ଲଗାତାର ଏକାଧିକ ଗଣନାଟ୍ୟ ଜନସାଧାରଣଙ୍କୁ ନିଜର ଚଳିତବର୍ଷର ଶ୍ରେଷ୍ଠ ନାଟକ ଭେଟିଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.