Below header

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସୁଧାର, ୯ ଦିନ ପରେ ବି ମିଳୁନି ଅଭିଯୁକ୍ତ

ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ ହୋଇଥିବାବେଳେ ଖାଦ୍ୟ ଗ୍ରହଣ କରୁଛି। ବୁର୍ଲା ମେଡିକାଲରେ ୯ଦିନ ଧରି ୫ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଧିରେ ଧିରେ ଶିଶୁଟି ସୁସ୍ଥ ହେବାରେ ଲାଗିଛି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ ହୋଇଥିବାବେଳେ ଖାଦ୍ୟ ଗ୍ରହଣ କରୁଛି। ବୁର୍ଲା ମେଡିକାଲରେ ୯ଦିନ ଧରି ୫ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଧିରେ ଧିରେ ଶିଶୁଟି ସୁସ୍ଥ ହେବାରେ ଲାଗିଛି। ହେଲେ ପିଠି ପଛପଟେ ହୋଇଥିବା ଘା’କୁ ନେଇ ଡାକ୍ତରମାନେ ଚିନ୍ତାରେ ଅଛନ୍ତି।

ଏପଟେ କିଏ ସେହି ନୃଶଂସ ଅଭିଯୁକ୍ତ। ୯ ଦିନ ପରେ ମଧ୍ୟ ପୋଲିସ ଧରିବାରେ ବିଫଳ ହୋଇନାହିଁ। ଖୁବଶୀଘ୍ର ଅଭିଯୁକ୍ତ ନିକଟରେ ପହଞ୍ଚିବ ବୋଲି ପୋଲିସ କହିଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଗତ ୧୨ ତାରିଖରେ କେହିଜଣେ ବୋରୱେଲ ଭିତରେ ନବଜାତକୁ ଫିଙ୍ଗି ଦେଇଥିଲେ। ୭ ଘଣ୍ଟାର ଅପରେସନ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.