Below header

ଆସନ୍ତା ୨୬ ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା, ଜୁଲାଇ ଶେଷ ସୁଦ୍ଧା ବାହାରିବ ରେଜଲ୍ଟ,:ମନ୍ତ୍ରୀ ସମୀର ରଂଜନ ଦାସ

କେନ୍ୟୁଜ୍ (ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ସର୍ପାଇଜ୍ ଭିଜିଟ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ସେଠରେ କର୍ମଚାରୀଙ୍କ ସହ ଆଲୋଚନା ପରେ ଆସନ୍ତା ୨୬ ରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ ବୋଲି ଘୋଷଣା ହୋଇଛି  । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସଂପୂର୍ଣ୍ଣ ରୂପେ ପାଳନ କରାଯାଇ ମୂଲ୍ୟାୟନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମୋଦନ ମିଳିବା ପରେ ବିଭାଗ ପକ୍ଷରୁ ଖାତା ଦେଖା ତାରିଖ ଘୋଷଣା କରାଯିବ ।

ଏହି ସମୟରେ ସୋସିଆଲ୍‌ ଡିଷ୍ଟାନ୍‌ସିଂକୁ ପ୍ରାଧାନ୍ୟତା ଦିଆଯିବ ।  ଏହା  ପୂର୍ବରୁ ୨ ଥର ମାଟ୍ରିକ ଖାତା ଦେଖା ସ୍ଥଗିତ ହୋଇଛି  । ବାତ୍ୟା ଅମ୍ପାନ ପାଇଁ ଖାତା ଦେଖା ସ୍ଥଗିତ କରାଯାଇଥିଲା ।

ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଖାତା ଦେଖାଯିବ । ଖାତା ଦେଖିବାକୁ ଅଧିକ ୬ ହଜାର ଶିକ୍ଷକ ନିଯୁକ୍ତି ହେବେ ।  ୨ଟି ସିଫ୍ଟରେ ହେବ ଖାତା ଦେଖା ହେବ ।

samir dash

ଖାତାଦେଖା ବେଳେ ଶିକ୍ଷକମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଖାତା ଦେଖିବାକୁ ୧୬ରୁ ୧୭ ହଜାର ଶିକ୍ଷକ ନିଯୁକ୍ତି ହୋଇଥିଲେ  ବର୍ତ୍ତମାନ  ଅଧିକ ୬ ହଜାର ଶିକ୍ଷକ ନିଯୁକ୍ତି ହେବେ । କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଖାତା ଦେଖା କେନ୍ଦ୍ର କରାଯାଇନାହିଁ । ବାକି ସବୁ ଜୋନରେ  ଖାତାଦେଖା ହେବ।

ପରବର୍ତ୍ତୀ ସମୟରେ ଯେଉଁ ଅଞ୍ଚଳ କଣ୍ଟେନମେଣ୍ଟ ଅନ୍ତର୍ଭୂକ୍ତ ହେବ ସେ କେନ୍ଦ୍ରକୁ ବଦଳାଯିବ । ମୂଲ୍ୟାୟନ ଏବଂ ପ୍ରୋସେସିଂ ପରେ ରେଜଲ୍ଟ ବାହାରିବା ନେଇ ନିଷ୍ପତ୍ତି କରାଯିବ  । ବୋର୍ଡ ପକ୍ଷରୁ  ଏହି ସୂଚନା ଦିଆଯାଇଛି ।

୨୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାର ଥିଲେ ମଧ୍ୟ ବାତ୍ୟା ପାଇଁ ତାହା ସ୍ଥଗିତ ରହିଛି । ଜୁଲାଇ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ବାହାରିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ୟୁଜିସି ଗାଇଡଲାଇନ ଅନୁଯାୟୀ, ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ପହିଲାରୁ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟମ୍ବର ପହିଲାରୁ ଶିକ୍ଷାବର୍ଷ ଆରମ୍ଭ ହେବ । ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ ବାହାରିଲେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.