ଭାରତର ସ୍ଥାନକୁ ନିଜର ବୋଲି ଦର୍ଶାଇ ନକ୍ସାରେ ସ୍ଥାନିତ କଲା ନେପାଳ, ଜବାବରେ ଭାରତ କହିଲା…

ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ନେପାଳ ସରକାରଙ୍କ ତରଫରୁ ବୁଧବାର ଦିନ ଦେଶର ଏକ ନୂଆ ତଥା ବିବାଦୀୟ ନକ୍ସା ଜାରି କରାଯାଇଛି। ନକ୍ସାରେ ଲିପୁଲେଖ, କଳାପାଣି, ଲିମ୍ପିୟାଧୁରାରେ ଥିବା ଭାରତର ଅଞ୍ଚଳକୁ ନେପାଳର ବୋଲି ଦର୍ଶାଯାଇଛି। ନେପାଳର ଭୂ-ପ୍ରବନ୍ଧନ ଓ ସହକାରିତା ମନ୍ତ୍ରଣାଳୟ ପକ୍ଷରୁ ଏହି ନକ୍ସା ଜାରି କରାଯାଇଛି। ଭାରତର ବିରୋଧ ସତ୍ତ୍ୱେ ନେପାଳ ଏଭଳି କରିଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ଆଶଙ୍କା ଦେଖାଦେଇଛି।

nepal2

ଚଳିତମାସ ପ୍ରଥମ ସପ୍ତାହରେ ନେପାଳର ରାଷ୍ଟ୍ରପତି ବିଧ୍ୟା ଦେବୀ ଭଣ୍ଡାରୀ ସଂସଦରେ ସମ୍ବୋଧିତ କରିବା ଅବସରରେ ଦେଶର ନୂଆ ନକ୍ସା ଜାରି କରିବାକୁ କହିଥିଲେ। ସେ କହିଥିଲେ ଯେ ଯେଉଁ ସବୁ ସ୍ଥାନକୁ ଦେଶ ନିଜର ବୋଲି ଭାବୁଛି ସେ ସବୁକୁ ନକ୍ସାରେ ସ୍ଥାନ ଦିଆଯାଉ। ସେ କହିଥିଲେ ଯେ ଲେପୁଲେଖ, କଳାପାଣି, ଲିମ୍ପିୟାଧୁରା ଆଦି ଅଞ୍ଚଳ ନେପାଳର ଅଂଶ। ଏହି ସବୁ ଅଞ୍ଚଳକୁ ପୁନଃ ଅଧିକୃତ କରିବାକୁ ଦେଶ ସମସ୍ତ ରାଜନୈତିକ ଚେଷ୍ଟା କରିବ ବୋଲି ସେ କହିଥିଲେ। ଭାରତ ସହ ଲାଗି ରହିଥିବା ସୀମା ବିବାଦକୁ ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଥିଲେ।

Government unveils new political map including Kalapani, Lipulekh ...

ତେବେ ନେପାଳ ସରକାରଙ୍କ ଏହି ନୂତନ ନକ୍ସା ଜାରି ହେବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛି। ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଭଳି ପରିର୍ତ୍ତନକୁ ଭାରତ ସ୍ୱୀକାର କରୁନାହିଁ। ଏହି ମାମଲାରେ ଭାରତର ସ୍ଥାନକୁ ନେପାଳ ଭଲ ଭାବେ ଜାଣିଛି। ଆମେ ନେପାଳ ସରକାରଙ୍କୁ ଭାରତର ଏକତା ଓ ଅଖଣ୍ଡତାକୁ ସମ୍ମାନ କରିବାକୁ ଅପିଲ କରୁଛୁ। ଆମେ ଆଶା କରୁଛୁ ଯେ ନେପାଳ ସରକାର ଉଭୟ ଦେଶ ମଧ୍ୟରେ ସକରାତ୍ମକ ମାହୋଲ କରିବାରେ ନିଶ୍ଚୟ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

India Nepal Border Dispute : Neighbour shows Lipulekh, Kalapani ...

ଅନ୍ୟପଟେ ଅଚାନକ ନେପାଳ ତରଫରୁ ସୀମାକୁ ନେଇ ଏଭଳି ବିବାଦ କରାଯିବାକୁ ନେଇ ଭାରତର ରାଜନୈତିକ ବିଶାରଦମାନେ ସନ୍ଦେହ ପ୍ରକାଶ କରିଛନ୍ତି। ନେପାଳ ନିଜେ ଏଭଳି କରୁଛି ନା ଏହା ପଛରେ ଚୀନ୍‌ର ହାତ ଅଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.