ଭିଡିଓ କଲ୍‌ ମାଧ୍ୟମରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଜଜ୍‌, ଦେଶରେ ପ୍ରଥମ

ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ସମସ୍ତ ଅଫିସ୍‌, କୋର୍ଟ, ସ୍କୁଲ, କଲେଜ ବନ୍ଦ ରହିଛି। ଏଣୁ ଲୋକମାନେ ଘରୁ କାମ କରୁଛନ୍ତି। ଜରୁରୀକାଳୀନ ସ୍ଥିତିରେ ଭିଡିଓ କଲ୍‌ ମାଧ୍ୟମରେ ମିଟିଂ ଓ ଅନ୍ୟାନ୍ୟ କାମ କରାଯାଉଛି। କେବଳ ମିଟିଂ ନୁହେଁ ଭିଡିଓ କଲିଂ ମାଧ୍ୟମରେ କେସ୍‌ର ଶୁଣାଣି ମଧ୍ୟ ହେଉଛି। ସିଙ୍ଗାପୁରରେ ଭିଡିଓ କଲ୍‌ ମାଧ୍ୟମରେ ଜଜ୍‌ ଡ୍ରଗ୍‌ କାରବାରରେ ଜଡ଼ିତ ଜଣେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ବିଚାରପତି। ଏଭଳି ଭିଡିଓ କଲ୍‌ ମାଧ୍ୟମରେ କାହାକୁ ମୃତ୍ୟୁଦଣ୍ଡ ଦେବା ଦେଶରେ ପ୍ରଥମ ବୋଲି ଜଣାଯାଇଛି।

ରିପୋର୍ଟ ମୁତାବକ, ସିଙ୍ଗାପୁରରେ ଜୁମ୍‌ ଆପ୍‌ ସହାୟତାରେ ଜଜ୍‌ ୨୦୧୧ ମସିହାରେ ହୋଇଥିବା ଏକ ହିରୋଇନ୍‌ ଚୋରାଚାଲାଣ ମାମଲାର ଶୁଣାଣି କରିଥିଲେ। ଏଥିରେ ମାଲେସିଆର ପୁନିଥା ଗେନାସନ୍‌(୩୭)ଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ଏନେଇ କୋର୍ଟର ମୁଖପାତ୍ର କହିଛନ୍ତି ଯେ ଭିଡିଓ କଲ୍‌ ମାଧ୍ୟମରେ କାହାକୁ ମୃତ୍ୟୁଦଣ୍ଡ ଦେବା ଦେଶରେ ପ୍ରଥମ। ଏହି ନିଆରା ଶୁଣାଣିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

Singapore court sentences drug dealer to death via Zoom call ...

ଅନ୍ୟପଟେ ମାନବଧିକାରୀ କର୍ମୀ ଏଭଳି ଭାବେ ଭିଡିଓ କଲ୍‌ ମାଧ୍ୟମରେ ଅପରାଧିକ ମାମଲାର ଶୁଣାଣି କରିବାକୁ ଭୁଲ ବୋଲି କହିଛନ୍ତି। ଏନେଇ ଗେନାସନ୍‌ଙ୍କ ଓକିଲ କହିଛନ୍ତି ଯେ ଭିଡିଓ କଲ୍‌ ମାଧ୍ୟମରେ ଶୁଣାଣି କରିବାକୁ ନେଇ ତାଙ୍କର କୌଣସି ସମସ୍ୟା ନାହିଁ। ଶୁଣାଣି ପ୍ରକ୍ରିୟାକୁ ନେଇ କୌଣସି ଚର୍ଚ୍ଚା କରିବା ଭୁଲ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.