ଚଳିତ ବର୍ଷ କରୋନା କଟକଣା ସହ କମ୍‌ ସେବାୟତରେ ହେବ ସ୍ନାନ ଯାତ୍ରା

ପୁରୀ(କେନ୍ୟୁଜ୍‌) : ଚଳିତ ବର୍ଷ କରୋନା କଟକଣା ଯୋଗୁ ଅଳ୍ପ ସେବାୟତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହେବ । ସ୍ନାନ ଯାତ୍ରାରେ ଯୋଗ ଦେଉଥିବା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ତେବେ କେତେ ସଂଖ୍ୟାରେ ସେବାୟତ ସ୍ନାନ ଯାତ୍ରା କରିପାରିବେ ଓ କେଉଁ ନିଯୋଗରୁ କେତେ ରହିବେ ତା’ର ତାଲିକା ୨୫ ତାରିଖ ସୁଦ୍ଧା ପ୍ରଶାସନକୁ ଦିଆଯିବ । ସେହି ସେବାୟତମାନଙ୍କୁ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ମିଳିବ ।snana jatra meetingସେମାନେ ଏହି ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକରେ ଆଜି ଏ ସମ୍ପର୍କରେ ଆଲୋଚନା ହୋଇଛି ।

ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପରେ ଜୁନ୍‌ ୧ ସୁଦ୍ଧା ଏ ନେଇ ସ୍ପଷ୍ଟ ହେବ । କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ଯାହା ନିର୍ଦ୍ଦେଶନାମା ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ।

ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହେବ । ସେବାୟତମାନେ ନିଜେ ରଥ ଟାଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଛନ୍ତି । ତେବେ ରଥ ନିର୍ମାଣରେ ଲାଗିଥିବା ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.