କ୍ୱାରେଣ୍ଟାଇନ୍‌ରେ ହେବ ସାବିତ୍ରୀ ବ୍ରତ, ଭାର ପହଞ୍ଚାଇଲେ ମହିଳା ସରପଞ୍ଚ

ଭଞ୍ଜନଗର(କେନ୍ଯୁଜ୍): ଏବେ କରୋନା ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦିନ କାଟୁଛନ୍ତି ଅନେକ ମହିଳା । ଆସନ୍ତାକାଲି ସାବିତ୍ରୀ ବ୍ରତ ଥିବାରୁ ସଂଗରୋଧ କେନ୍ଦ୍ରରେ ଥିବା ମହିଳାମାନେ କେମିତି ପାଳିବେ ବ୍ରତ ସେ ନେଇ ଚିନ୍ତା କରିଛନ୍ତି ମହିଳା ସରପଞ୍ଚ। ଏନେଇ ମା ବନିଗଲେ ମହିଳା ସରପଞ୍ଚ । ଏହାପରେ ସେ ଶାଢ଼ି, ଚୁଡ଼ି, ସିନ୍ଦୂର, ଅଳତା, କାଠ ପାନିଆ ତା ସହିତ ବିଭିନ୍ନ ଫଳ ନେଇ ପହଞ୍ଚିଛନ୍ତି ମହିଳା ସରପଞ୍ଚ ଇନ୍ଦିରା ବାଇ ରାଜୁ ।

savitri-ସୂଚନା ମୁତାବକ ତାଙ୍କ ଅଧୀନରେ ଥିବା ୬ଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୨୨ ଜଣ ମହିଳା ରହିଛନ୍ତି । ସମସ୍ତେ ହେଉଛନ୍ତି ସୁରତ୍ ଫେରନ୍ତା। ଆସନ୍ତାକାଲି ସାବିତ୍ରୀ ବ୍ରତ ଥିବାରୁ ସେମାନେ କିପରି ବ୍ରତ ପାଳନ କରିବେ ସେ  ସବୁର ଯୋଜନା କରିଛନ୍ତି ମହିଳା ସରପଞ୍ଚ। ଓଡ଼ିଆ ଘରର ଚଳଣି ଅନୁସାରେ ଯାହା ସବୁ ବ୍ରତ ପାଇଁ ଦରକାର ନିଜେ ବଜାର ଯାଇ ଶଢ଼ି, ଚୁଡ଼ିଠୁ ଆରମ୍ଭ କରି ଅନ୍ୟ ଜିନିଷ ଯୋଗାଡ଼ କଲେ । ତା ପରେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଇ ମହିଳାମାନଙ୍କୁ ସାବିତ୍ରୀ ଭାର ବାଣ୍ଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.