Below header

ରଜରେ ଅଘଟଣ: ଟ୍ରେନ୍‌ ଲାଇନ୍‌ରେ କଟି ମା’ ଓ ଝିଅ ମୃତ; ପୁଅ ଗୁରୁତର

ଆନ୍ଧ୍ରପ୍ରଦେଶ ପଲାସା ଇଚ୍ଛାପୁରମ୍‌ ନିକଟରେ ଟ୍ରେନ୍‌ ଧକ୍କାରେ ମାଆ ଓ ଝିଅଙ୍କ ଜୀବନ ଯାଇଛି। ୪ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ୟୁ ଶ୍ରାବାଣୀ ଓ ତାଙ୍କ ୮ ମାସର ଝିଅ ।

ଗଞ୍ଜାମ (କେନ୍ୟୁଜ): ରଜରେ ଅଘଟଣ। ଟ୍ରେନ୍‌ ଲାଇନ୍‌ରେ କଟି ମାଆ ଓ ଝିଅ ମୃତ। ଆନ୍ଧ୍ରପ୍ରଦେଶ ପଲାସା ଇଚ୍ଛାପୁରମ୍‌ ନିକଟରେ ଟ୍ରେନ୍‌ ଧକ୍କାରେ ମାଆ ଓ ଝିଅଙ୍କ ଜୀବନ ଯାଇଛି। ୪ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ୟୁ ଶ୍ରାବାଣୀ ଓ ତାଙ୍କ ୮ ମାସର ଝିଅ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚିଡ଼ୁପୁଡ଼ି ଗାଁର ୟୁ. ଶ୍ୟାମ ସ୍ତ୍ରୀ ଓ ପୁଅ-ଝିଅଙ୍କୁ ନେଇ ଜଗନ୍ନାଥପୁରମ୍‌ ରେଲୱେ ଲେବଲ୍‌ କ୍ରସିଂ ପାର ହେଉଥିଲେ। ଏହି ସମୟରେ ଏକ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.