Below header

ଅଗ୍ନିକାଣ୍ଡ ପରେ କୋଲକାତା ଏୟାରପୋର୍ଟରେ ବିମାନ ସେବା ସ୍ୱାଭାବିକ, କେହି ମୃତାହତ ହୋଇନଥିବା ସୂଚନା

ଅଗ୍ନିକାଣ୍ଡ ପରେ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ସେବା ସ୍ୱାଭାବିକ ହୋଇଛି । ଗତକାଲି ରାତି ୧୦ଟା ୨୫ରୁ ପୁଣି ଥରେ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ । ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

(କେନ୍ୟୁଜ): ଅଗ୍ନିକାଣ୍ଡ ପରେ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ସେବା ସ୍ୱାଭାବିକ ହୋଇଛି । ଗତକାଲି ରାତି ୧୦ଟା ୨୫ରୁ ପୁଣି ଥରେ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ପୋର୍ଟାଲ-D ଚେକ୍‌ ଇନ୍‌ କାଉଣ୍ଟର ନିକଟରେ ସାମାନ୍ୟ ଅଗ୍ନିକାଣ୍ଡ ହୋଇଥିବା କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟ ନିର୍ଦ୍ଦେଶକ ସି. ପଟ୍ଟାବୀ ।

ଗତକାଲି ରାତିରେ ବିମାନବନ୍ଦରରେ ନିଆଁ ଲାଗିଥିଲା । ହୁ ହୁ ହଇ ଜଳିଥିଲା । ପ୍ରବଳ ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ପୂରା ବିମାନବନ୍ଦର ପରିସର । ଚେକ-ଇନ୍‌ ଅଞ୍ଚଳରେ ଧୂଆଁ ବାହାରିବାରୁ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବନ୍ଦ କରାଯାଇଥିଲା ଚେକ୍‌-ଇନ ପ୍ରକ୍ରିୟା । କିଛି ସମୟ ପାଇଁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ୩ଟି ଦମକଳ ଗାଡ଼ି ପହଞ୍ଚି ରାତି ୯ଟା ୪୦ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ ଚେକ୍‌-ଇନ୍‌ ଅପରେସନ ପୁଣି ଆରମ୍ଭ ହୋଇଥିଲା । ତେବେ କେମିତି ଓ କେଉଁ କାରଣରୁ ଏୟାରପୋର୍ଟରେ ନିଆଁ ଲାଗିଲା ସଠିକ କାରଣ ଜମା ପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.