Below header

ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଚଳନ୍ତା ଟ୍ରକ ଆଗରେ ବାନ୍ଧି ଗାଡି ଚଲାଇବା ଘଟଣା: ଜଣଙ୍କୁ ଗିରଫ କଲା ଲକ୍‌ ଥାନା ପୋଲିସ୍

ପାରାଦୀପ(କେନ୍ୟୁଜ୍‌): ପାରାଦୀପ ଭୁତମୁଣ୍ଡାଇ ପୋଲରେ ଜଣେ ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଚଳନ୍ତା ଟ୍ରକ ଆଗରେ ବାନ୍ଧି ଗାଡି ଚଲାଉଥିବା ଭିଡିଓ ଭାଇରାଲ ଘଟଣା । ଜଣଙ୍କୁ ଗିରଫ କରିଛି ଲକ୍‌ ଥାନା ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗତ ୧୯ ତାରିଖରେ ଗଜେନ୍ଦ୍ର ସ୍ୱାଇଁଙ୍କୁ ମୋବାଇଲ ଚୋରି ସନ୍ଦେହରେ ଟ୍ରକ ଆଗରେ ବାନ୍ଧି ଭିଡ଼ିଓ କରିଥିଲେ ।

ଭିଡ଼ିଓ ଭାଇରାଲ ହେବା ପରେ ଗଜେନ୍ଦ୍ର ଘରୁ ବାହାରିବା ମୁସକିଲ୍‌ ହୋଇପଡିଛି। ଏନେଇ ଗଜେନ୍ଦ୍ର ୨୪ ତାରିଖରେ ଲକ୍‌ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣ ଯାଜପୁର ବେତଣ୍ଡା ଗାଁର ପ୍ରଭାକର ନାୟକ । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.