ବିହାର: କାର୍ଯ୍ୟକ୍ରମ ବେଳେ ଭୁଶୁଡ଼ି ପଡ଼ିଲା ମଞ୍ଚ, ଅଳ୍ପକେ ବଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ; JDU ଜିଲ୍ଲା ଅଧ୍ୟକ୍ଷଙ୍କ ଗୋଡ଼ ଭାଙ୍ଗିଲା

ବିହାର: ବେଗୁସରାୟ ଜିଲ୍ଲାର ମଟିହାନୀ ଥାନା ଅଧୀନ ରଚିୟାହି ଗାଁରେ ଗୁରୁବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଅତିଥି ବସିଥିବା ମଞ୍ଚ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଜେଡିୟୁର ଜିଲ୍ଲା ଅଧ୍ୟକ୍ଷ ରୁଦଲ ରାୟଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ଜେଡିୟୁ ଜିଲ୍ଲା ଅଧ୍ୟକ୍ଷ ରୁଦଲ ରାୟ ଏଠାରେ ଏକ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁବାର ସକାଳ ୭ଟା ୧୫ ମିନିଟ୍‌ରେ ଉପମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ ସହିତ ଜେଡିୟୁ ଏବଂ ବିଜେପିର ଅନେକ ବିଧାୟକ ଓ ନେତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ପ୍ରଥମେ ଫିତା କାଟି ସମାରୋହକୁ ଉଦ୍‌ଘାଟନ କରାଯାଇଥିଲା। ଏହାପରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ବେଳେ ହଠାତ୍‌ ଏହି ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.