Below header

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା! ଶେଷରେ ପ୍ରମାଣନଷ୍ଟ ପାଇଁ ପୋଡ଼ିଦେଲେ ମୁହଁ, ଓଡ଼ିଶାର ୬ ଶ୍ରମିକ ଗିରଫ

ତାମିଲନାଡୁ : ତାମିଲନାଡୁ ରାମେଶ୍ୱରମରେ ଅଭାବନୀୟ ଘଟଣା । ୪୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା । ହତ୍ୟା ପରେ ମହିଳାଙ୍କ ମୁହଁକୁ ପୋଡ଼ିଦିଆଯାଇଛି । ପ୍ରମାଣନଷ୍ଟ ପାଇଁ ମହିଳାଙ୍କୁ ମୁହଁକୁ ପୋଡ଼ି ଦିଆଯାଇଥିବା ଜଣାପଡିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୬ ଜଣ ଶ୍ରମିକ ଓଡ଼ିଶାର । ସେମାନେ ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମଙ୍ଗଳବାର ମହିଳା ନିଖୋଜ ଥିବାରୁ ତାଙ୍କ ଥାନାରେ ଏତଲା ଦେଇଥଇଲେ । ବହୁ ଖୋଜାଖେଜି ପରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.